pakka

ବେଲଗାଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର, ସ୍ୱାମୀଙ୍କ ପାଇଁ ମଙ୍ଗ ଧରିଲେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତା ବେହେରା

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରି ଧରିଛି । ଏହି ପଞ୍ଚାୟତରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଭୋଟ ଆଣିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ରାମଚନ୍ଦ୍ର ବେହେରା ଓ ନିଲୁ ମହାନନ୍ଦଙ୍କ ମଧ୍ୟରେ କଡା ଟକ୍କର ହେଉଛି । ମନ୍ତ୍ରୀ ବେହେରାଙ୍କ ବୋହୁ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତା ବେହେରା ସ୍ୱାମୀଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି । ଶାନ୍ତା ଘରକୁ ଘର ବୁଲି ସ୍ୱାମୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରୁଛନ୍ତି ।

Leave A Reply

Your email address will not be published.

11 − two =