ବିବାହର ୩ ଦିନ ପୂର୍ବରୁ ଅପହରଣ ହୋଇଥିବା ଯୁବତୀ ସହ ୨୧ ଦିନ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ, ବିଜେପି ନେତା ଓ ତାଙ୍କ ସଂପର୍କୀୟ ଅଭିଯୁକ୍ତ

ଭୋପାଳ : ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରେ ୨୧ ବର୍ଷର ଜଣେ ଯୁବତୀ ସ୍ଥାନୀୟ ବିଜେପି ନେତା ଏବଂ ତାଙ୍କ ସଂପର୍କୀୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦର୍ଜ କରିଛନ୍ତି । ପୋଲିସ ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜ୍ଜୁ କରିଥିବା ବେଳେ ତଦନ୍ତ ଜାରି ରଖିଛି । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଅପହରଣ କରାଯିବା ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଛି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ବିବାହର ୩ ଦିନ ପୂର୍ବରୁ ଗତ ୨୭ ଜାନୁୟାରୀରେ ବିଜେପିର ସାରୟା ମଣ୍ଡଳ ଅଧ୍ୟକ୍ଷ କୋମଲ ଗୁପ୍ତା ଏବଂ ତାଙ୍କ ସଂପର୍କୀୟ ଧର୍ମେନ୍ଦ୍ର ଗୁପ୍ତା ତାଙ୍କୁ ଘର ବାହାରୁ ଅପହରଣ କରି ନେଇଥିଲେ । ଯୁବତୀ ଜଣକ ନିଖୋଜ ହେବା ପରେ ପରିବାର ଲୋକେ ସିଙ୍ଗରୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଖୋଳତାଡ଼ କରିବାପରେ ଗତ ୧୯ ତାରିଖ ଦିନ ଯୁବତୀଙ୍କୁ ଉଦ୍ଧାର କରିଛି । ପୀଡ଼ିତା ପୋଲିସକୁ କହିଛନ୍ତି ଯେ, କୋମଲ ଗୁପ୍ତା ଏବଂ ଧର୍ମେନ୍ଦ୍ର ଗୁପ୍ତା ତାଙ୍କୁ ଉଠାଇ ନେଇ ଯାଇଥିଲେ ଏବଂ ତାଙ୍କୁ ଜୋର୍‌ ଜବରଦସ୍ତ ଏକ ନିଶା ଜିନିଷ ଶୁଙ୍ଘାଇ ଦେଇଥିଲେ । ଏହାପରେ ଯେତେବେଳେ ପୀଡ଼ିତା ଚେତା ଫେରି ପାଇଲେ, ସେତେବେଳେ ସେ ଜବଲପୁରରେ ଥିଲେ । ସେଠାରେ କୋମଲ ଗୁପ୍ତା ପୀଡ଼ିତାଙ୍କୁ ଧମେନ୍ଦ୍ର ଗୁପ୍ତା ପାଖରେ ଛାଡ଼ି ଦେଇଥିଲା । ଏହାପରେ ଧର୍ମେନ୍ଦ୍ର ପୀଡ଼ିତାଙ୍କୁ ବାଲାଘାଟ ନେଇ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲା ।

ତେବେ ସିଙ୍ଗରୋଲି ପୋଲିସ ଅଧିକ୍ଷକ ବିରେନ୍ଦ୍ର କୁମାର ସିଂହ ପୀଡ଼ିତାଙ୍କ ଅଭିଯୋଗ ସଂପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଧର୍ମେନ୍ଦ୍ର ଗୁପ୍ତାଙ୍କୁ ପୋଲିସ ଗିରଫ କରିଥିବା ବେଳେ କୋମଲ ଗୁପ୍ତା ଫେରାର୍‌ ଅଛି । ଖୁବ୍‌ ଶୀଘ୍ର କୋମଲ ଗୁପ୍ତା ମଧ୍ୟ ପୋଲିସ ହାତରେ ଧରାପଡ଼ିବ ।

Leave A Reply

Your email address will not be published.

eight − eight =