ରାଜ୍ୟସ୍ତରୀୟ କେରମ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର : ସମ୍ବଲପୁର ଡିଷ୍ଟ୍ରିକ୍ଟ କେରେମ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ ଏବଂ ଓଡ଼ିଶା କେରମ୍‌ ଏସୋସିଏସନ୍‌ ସହଯୋଗରେ ଆସନ୍ତା ଏପ୍ରିଲ ମାସରେ ସମ୍ବଲପୁରରେ ହେବାକୁ ଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ କେରମ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅନନ୍ତରାମ ବେରିହା କଲ୍ୟାଣ ମଣ୍ଡପ, ଦଲେଇପଡ଼ା ଠାରେ ଗତକାଲି ସନ୍ଧ୍ୟାରେ ହୋଇଥିଲା । ଅନୀଲ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସର୍ବପ୍ରଥମେ ଏକ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ଯୁବରାଜ ବନ୍‌ଛୋର ସଭାପତି, ରାଧେଶ୍ୟାମ ସାହୁ ଉପସଭାପତି, ଅନୀଲ ମିଶ୍ର ସଂପାଦକ, ରାଜେଶ ରେ ଯୁଗ୍ମ ସମ୍ପାଦକ, ପ୍ରଦୀପ ପାଢ଼ୀ କୋଷାଧ୍ୟକ୍ଷ, ପ୍ରତାପ ବେହେରା ସହ କୋଷାଧ୍ୟକ୍ଷ, ବିଜୟ ସାହା ଏବଂ ରାହୁଲ ଠାକୁର ସାଂଗଠନିକ ସଂପାଦକ ତଥା ଅରୁଣ କୁମାର ପଣ୍ଡା ଏବଂ ସମୀର ସାହୁ ସମୀକ୍ଷକ ଭାବରେ ମନୋନୀତ ହୋଇଛନ୍ତି । ଉକ୍ତ ବୈଠକରେ ୫୦ରୁ ଅଧିକ ସଭ୍ୟ ଯୋଗଦାନ ଦେଇ ଟୁର୍ଣ୍ଣାମେଣ୍ଟକୁ ସଫଳ ଭାବରେ ରୂପାୟନ ଉପରେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା ।

jittmm
Leave A Reply

Your email address will not be published.