oum

ଉପ ନିର୍ବାଚନ ଉଷ୍ମତାରେ ସାଧାରଣ ଭୋଟରଙ୍କ ସମସ୍ୟା ସାମ୍ନାକୁ ଆସୁଛି

jsm

ପିପିଲି, (ଚକ୍ରବର୍ତ୍ତୀ ଓତା) : ପିପିଲି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସାଧାରଣ ଭୋଟରଙ୍କ ସମସ୍ୟାକୁ ନେଇ ଅଭିଯୋଗ ଓ ଅଭିମାନ ନିର୍ବାଚନ ପ୍ରକ୍ରିୟାକୁ ଭିନ୍ନ ମୋଡ ଦେଉଛି । ଏହିପରି ଏକ ଅଭିନବ ଘଟଣା ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ବ୍ଲକ, ଚାଁଇପୁର ଗ୍ରାମ ପଞ୍ଚାୟତର ସଡାଙ୍ଗୋଇ ଉତରବାଡ ମଙ୍ଗଳା ହରିଜନ ସାହି ଭୋଟରଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ଘଟଣା ସୂତ୍ରରୁ ପ୍ରକାଶ ଯେ ୨୦୧୯ ଫନି କ୍ଷତିଗ୍ରସ୍ତ ପରିବାର‌ଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡେଲାଙ୍ଗ ତହସିଲଦାରଙ୍କ ଦ୍ୱାରା ଦୀର୍ଘ ଦୁଇବର୍ଷ ଧରି ହୋଲଡ୍ କରିଦିଆଯାଇଛି । ଯାହା ଦ୍ୱାରା ସାଧାରଣ ଲୋକେ ସେମାନଙ୍କର ଭତ୍ତା, ବନ୍ୟା କ୍ଷତିପୂରଣ ଓ ଅନ୍ୟାନ୍ୟ ସରକାରୀ ସହାୟତାର ଦଅଣନେଅଣ କରିବାରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ସବୁଠାରୁ ବଡକଥା ହେଲା କରୋନା ଯୋଗୁଁ ଜୀବନ ଜୀବିକା ହରାଇଥିବା ଦିନମଜୁରିଆ ମାନେ ଚାଁଇପୁର ଗ୍ରାମ ପଞ୍ଚାୟତ ଦ୍ୱାରା ନରେଗା ଯୋଜନା ମାଧ୍ୟମରେ ନିଶ୍ଚିତ କର୍ମ ନିଯୁକ୍ତି ପାଇଥିବା ଅଣକୂଶଳୀ ଶ୍ରମିକମାନେ ସେମାନଙ୍କର ଦୁଇ ମାସର ମଜୁରୀ ବ୍ୟାଙ୍କଖାତାରୁ ମଜୁରୀ ବ୍ୟାଙ୍କ ଉଠାଇ ପାରୁ ନାହାନ୍ତି । ଶ୍ରମିକ ନେତା ବିଭୂତି ବେହେରାଙ୍କ ସହିତ ପ୍ରାୟ କୋଡିଏ ଘର ପୁରୁଷ ମହିଳା ଏକ ଅଭିନବ ଢଙ୍ଗରେ ଭୋଟ୍ ବର୍ଜନ ପାଇଁ ପ୍ରତିବାଦ ଜଣାଇଛନ୍ତି । ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ସହିତ ଯୋଗାଯୋଗ କରିବାରେ ସେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଡେଲାଙ୍ଗ ତହସିଲ କର୍ମକର୍ତ୍ତାଙ୍କ ମନମାନୀ, ପ୍ରିୟାପ୍ରିତି ତୋଷଣ ଓ ବ୍ୟବସାୟକରଣ ପାଇଁ ଦୀର୍ଘ ଦୁଇବର୍ଷ ହେବ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରେ ସମ୍ପୃକ୍ତ ଡେଲାଙ୍ଗ ତହସିଲ ବିଭାଗୀୟ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସରପଞ୍ଚ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.