pakka

ସୁବର୍ଣ୍ଣପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ୨୦୨୨ରେ ୪,୭୦,୬୪୬ ଭୋଟର ସ୍ଥାନିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ୬୪-ବୀରମହାରାଜପୁର ଏବଂ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆଜି ଜିଲ୍ଲାର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ପ୍ରକାଶିତ ଚୂଡାନ୍ତ ଭୋଟର ତାଲିକା ଏବଂ ସିଡି ପ୍ରଦାନ କରିଛନ୍ତି । ଚୂଡାନ୍ତ ଭୋଟର ତାଲିକା ଅନୁସାରେ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୨୧୩୯୮୪ ଥିବା ବେଳେ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨୫୬୬୬୨ ରହିଛି । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ପୁରୁଷ ଭୋଟର ୧୧୧୩୦୯, ମହିଳା ଭୋଟର ୧୦୨୬୭୪ ଓ ତୃତୀୟ ଲିଙ୍ଗି ୦୧ ରହିଛନ୍ତି, ସେହିପରି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୁରୁଷ ଭୋଟର ସଂଖ୍ୟା ୧୩୩୦୪୩, ମହିଳା ଭୋଟର ୧୨୩୬୦୩ ଓ ତୃତୀୟ ଲିଙ୍ଗି ଭୋଟର ସଂଖ୍ୟା ୧୬ ରହିଥିବା ସୂଚିତ ହୋଇଛି । ଗତ ତା ୦୧/୧୧/୨୧ରେ ପ୍ରକାଶିତ ଚିଠା ଭୋଟର ତାଲିକା ଅନୁସାରେ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରର ସମୁଦାୟ ଭୋଟର ସଂଖ୍ୟା ଥିଲା ୪୬୧୫୮୨ ଜଣ । ଏହି ପରିପ୍ରେକ୍ଷୀରେ ନୂତନ ଚୂଡାନ୍ତ ତାଲିକାରେ ୯୦୬୪ ଜଣ ଭୋଟରଙ୍କ ଅଭିବୃଦ୍ଧି ଘଟିଛି । ଜିଲ୍ଲାରେ ସର୍ବମୋଟ ୫୮୬ଟି ବୁଥ୍ ରହିଥିବା ବେଳେ ୬୪-ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୨୬୭, ସୋନପୁର ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୩୧୯ ରହିଛି । ପ୍ରକାଶିତ ତାଲିକା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାର ସର୍ବମୋଟ ୪୭୦୬୪୬ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏହି ତାଲିକା ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ନିର୍ବାଚନ ଶାଖାର କର୍ମଚାରୀ ଉପସ୍ଥିତ ଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଯଥା ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ପ୍ରତିନିଧି ସୁଧୀର କୁମାର ପଣ୍ଡା, ବିଜୁ ଜନତା ଦଳର ଜିଲ୍ଲା ପ୍ରତିନିଧି କଇଁରୁ ସ୍ୱାଇଁ, ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଳା ପ୍ରତିନିଧି ଜଗତ ଜ୍ୟୋତି ତ୍ରିପାଠୀ ଓ ବାମ ଦଳ (ଏସୟୁ ସିଆଇ)ରୁ ଜିଲ୍ଲା ପ୍ରତିନିଧି ଗୋବିନ୍ଦ ମହାରଣା ପ୍ରମୁଖ ଜିଲ୍ଲପାଳ ଶ୍ରୀମତୀ ନରୱଣେଙ୍କଠାରୁ ଚୂଡାନ୍ତ ଭୋଟର ତାଲିକା ୨୦୨୨ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

seventeen + 13 =