pakka

ବଲାଙ୍ଗିରରେ ବନ କର୍ମଚାରୀଙ୍କ ସଭା : ଅସ୍ଥାୟୀ ବନ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

kalikesh

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦୁପତ୍ର, ଜଙ୍ଗଲ ବିଭାଗ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ୱାଚର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆଜି ବଲାଙ୍ଗିର କେନ୍ଦୁପତ୍ର ଡାକ ବଙ୍ଗଳା ଠାରେ କମ୍ବୁପାଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର, ପାଟଣାଗଡ, ପଦ୍ମପୁର, ଟିଟିଲାଗଡ, ବୌଦ୍ଧ, ଖରିଆର ଡିଭିଜନର କେନ୍ଦୁପତ୍ର ଓ ଜଙ୍ଗଲ ବିଭାଗର କାର୍ଯ୍ୟରତ ୱାଚର ସଂଘର ପ୍ରମୁଖ ସଦସ୍ୟ ମାନେ ଏହି ବୈଠକରେ ଯୋଗ ଦେଇଥିବା ବେଳେ ପଦ୍ମପୁର ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ପ୍ରଦୀପ ପୁରୋହିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ କୋକିଲ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅସ୍ଥାୟୀ ବନ କର୍ମଚାରୀଙ୍କ ଦାବୀ ପ୍ରତି ରାଜ୍ୟ ସରକାର ଅବିଚାର କରୁଥିବା ପ୍ରକାଶ କରିଥିଲେ । ଜଙ୍ଗଲ ବିଭାଗ ଅଧିନରେ ଏବେ ୪ଶହ ଜଣ ୱାଚର ଦୈନିକ ମଜୁରୀ ଭାବେ ୧୨ ମାସ କାର୍ଯ୍ୟ କରୁଛନ୍ତି । ୧୯୯୭ ମେ ୧୫ ତାରିଖ ଦିନ ରାଜ୍ୟ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି ୧୦ ବର୍ଷରୁ ଅଧିକ କାର୍ଯ୍ୟ କରୁଥିବା ୱାଚର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା କଥା ପ୍ରକାଶ କରିଥିଲେ । ପ୍ରଥମେ ପର୍ଯ୍ୟାୟରେ କିଛି ୱାଚରଙ୍କୁ ଟେମ୍ପରାରି ଷ୍ଟାଟସ (ଟିଏସ୍‌)ରେ କାର୍ଯ୍ୟରତ ୱାଚର ମାନଙ୍କୁ ଅର୍ଥ ବିଭାଗ ବିଜ୍ଞପ୍ତି ନଂ ୩୧୭୧୫ଏଫ୍‌ ତା ୪/ ୯/ ୨୦୧୨ ଅନୁଯାୟୀ ୧୨ ହଜାର ୪ଶହ ଟଙ୍କା ଗ୍ରେଡ ପେ ସ୍ଥିର ହୋଇଥିଲା । ସେହି ହିସାବକୁ ଦେଖିଲେ ବର୍ତ୍ତମାନ ଟିଏସ୍‌ ୱାଚର ମାନଙ୍କ ଦରମା ୨୩ ହଜାର ୬ ଶହ ହେବା କଥା, କିନ୍ତୁ ଏବେ ସରକାର ସେମାନଙ୍କୁ ପୁରୁଣା ଦରମା ୧୨ ହଜାର ୪ ଶହ ଟଙ୍କା ଦେଉଛନ୍ତି । ଗତ ବର୍ଷ କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର ମାନଙ୍କ ଦରମା ରାଜ୍ୟ ସରକାର ବର୍ଦ୍ଧିତ କରିଥିବା ବେଳେ ଟିଏସ୍‌ ୱାଚର ମାନଙ୍କ ଦରମା ପୂର୍ବବତ ରହିଛି । ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇ ଟିଏସ୍‌ ୱାଚର ମାନଙ୍କ ଦରମା ବୃଦ୍ଧି ସହ ସ୍ଥାୟୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବୀ କରା ଯାଇଛି । ଏହି ବୈଠକରେ ଟିଏସ୍‌ ୱାଚର ସଂଘର ସର୍ବଶ୍ରୀ ଲୋକନାଥ ବିଶି, ଆନନ୍ଦ ସାହୁ, ନୃପରାଜ ପ୍ରଧାନ, ପ୍ରତାପ ଚନ୍ଦ୍ର ସାହୁ, ନୃପମଣି ଥପା, ମଣିଲାଲ ମୁଣ୍ତା, ସୁବାଷ ଚନ୍ଦ୍ର ବାଗ, ଗୋବିନ୍ଦ ଭୋଇ, ପୁରନ୍ଦର ଠାକୁର, ଯୁଗଳ କିଶୋର ବର୍ଗେ, କୁଞ୍ଜ ବିହାରୀ ଦେହୁରୀ, ପ୍ରତାପ କୁମାର ଜେନା, ସୁଶିଳ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

4 × four =