pakka

ତୃତୀୟ ଲହର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରାଲି

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କରୋନାର ତୃତୀୟ ଲହର ଆସୁଥିବା ନେଇ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଏକ ସଚେତନତା ରାଲି ଗତକାଲି ଅପରାହ୍ନରେ ବାହାରି ସହର ପରିକ୍ରମା କରିଥିଲା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ । ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଛତ୍ରପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଶାରଦା ପ୍ରସାଦ ପଣ୍ଡା, ଛତ୍ରପୁର ପୌରନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅଧିକାରୀ, ପୌରକର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ମିଶନଶକ୍ତି, ଏସ୍‌ଏଚ୍‌ଜି-ମହିଳା ସଂଗଠନ, ସ୍ୱଚ୍ଛସାଥୀ ଓ ସହରାଞ୍ଚଳର ସମସ୍ତ ଆଶାକର୍ମୀମାନେ ଏହି କୋଭିଡ଼ ସଚେତନତା ରାଲିରେ ବିଭିନ୍ନ ସ୍ଲୋଗାନମାନ ଦେଇ ସହର ପରିକ୍ରମା କରିଥିଲେ । ଛତ୍ରପୁର ଏନ୍ଏସି ପକ୍ଷରୁ ମାସ୍କ ବଣ୍ଟନ କରାଯାଇଛି । କୃଷ୍ଣଚନ୍ଦ୍ର ମହାପାତ୍ର ଡାକବାଜି ଯନ୍ତ୍ରମାଧ୍ୟମରେ ବିଭିନ୍ନ ସ୍ଲୋଗାନର ଡାକ ଦେଇ ଏହି ସଚେତନତା ରାଲିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × 1 =