pakka

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

bbehera

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରତନପୁର ଗ୍ରାମ ପଂଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନୀ ଉତ୍ସବରେ ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ ଜନହିତକାରୀ ପ୍ରକଳ୍ପ ଯଥା ରାଉସିଂହ ପ୍ରସାଦ ଉଚ୍ଚ ବିଦ୍ୟାଳୟ, ଚଣ୍ଡିଆର ନୂତନ ଶ୍ରେଣୀଗୃହ, କୃଷି ସମବାୟ ଗୃହ, ରତନପୁରର ଭଗବତୀ କମ୍ୟୁନିଟି ସେଣ୍ଟର, ମାଣୁଆ କଂକ୍ରିଟ ରାସ୍ତାଗୁଡିକୁ ଲୋକାର୍ପିତ କରିଥିଲେ । କୃଷି ସମବାୟ ଗୃହଠାରେ କୃଷକମାନଙ୍କର ସମସ୍ୟା ଓ ସମାଧାନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଧାନ ମଣ୍ଡି ବ୍ୟବସ୍ଥା ଉପରେ ଆଲୋକପାତ କରି କହିଥିଲେ କି ଢେଙ୍କାନାଳ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଛି । ରତନପୁର, ବେଗା ଓ ଲେଥକା ପଂଚାୟତର ଧାନ ମଣ୍ଡି ବ୍ୟବସ୍ଥା ଶକ୍ତି ଜୟମା’ ସନ୍ତୋଷି ସ୍ୱୟଂ ସହାୟକ ଗୋଷ୍ଟୀକୁ ପ୍ରଦାନ କରାଯାଇଛି । ମହିଳାମାନେ ଏବେ ସ୍ୱୟଂ ସମ୍ପୂର୍ଣ୍ଣା ତେଣୁ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ପରିଚାଳିତ ହେବ ବୋଲି ତାଙ୍କ ଉଦ୍‌ବୋଧନରେ ପ୍ରକାଶ କରିଥିଲେ । ଏହି ସଭାରେ ଢେଙ୍କାନାଳ କୃଷକ ମୋର୍ଚ୍ଚାର ସଭାପତି ନରୋତ୍ତମ ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ରୁବି ବିଶ୍ୱାଳ, ବ୍ଲକ ବରିଷ୍ଠ ବିଜୁ ଜନତା ଦଳର ସଂଗଠକ ନିରାକାର ସାମଲ, ବିଜୁ ଯୁବ ଜନତା ଦଳର ସଭାପତି ପ୍ରଦୀପ କୁମାର ସାହୁ, ଗଁଦିଆ ବ୍ଲକ ସଭାପତି ବିଶ୍ୱନାଥ ଜେନା ଓ କୃଷି ସମବାୟ ରତନପୁରର ମୁଖ୍ୟ ପରିଚାଳକ ସୁଧାଂଶୁ ସ୍ୱାଇଁ, ଢେଙ୍କାନାଳ ଜିଲ୍ଲାର ଯୁବ ସମାଜ ସେବୀ ସାମ୍ବାଦିକ ଇଂବିଶ୍ୱଜିତ ସାମଲ, ଛାତ୍ର ଉପସଭାପତି ସୁଭଜିତ ଜେନା, ରତନପୁର ସଭାପତି ସତ୍ୟସୁନ୍ଦର ସ୍ୱାଇଁ, ପ୍ରତାପଚନ୍ଦ୍ର ଜେନା, ପ୍ରହଲ୍ଲାଦ ଦାସ, ରତନପୁର ପୂର୍ବତନ ସରପଂଚ ଶ୍ରୀମତୀ ରୂପଶ୍ରୀ ସ୍ୱାଇଁ, ଲେଥକା ସରପଞ୍ଚ ବାବାଜୀ ସ୍ୱାଇଁ, ଖଗେଶ୍ୱର ମହାନ୍ତି, ଶତାଧିକ ଚାଷୀ, କର୍ମୀ ଓ ମହିଳାମରନେ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

four × 5 =