pakka

ମନଭଙ୍ଗଠାରେ ଓଡ଼ିଶା ମୋଟର ସଂଘର ବାର୍ଷିକ ବୈଠକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ମନଭଙ୍ଗଠାରେ ଓଡିଶା ମୋଟର ଚାଳକ ସଂଘର ଜିଲ୍ଲା ସଭାପତି ନିରୋଜ ପୋଢ ଯାଦବଙ୍କ ସଭାପତିତ୍ୱରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକକୁ ରାଜା ଭାରତୀ ସଭା ପରିଚାଳନା କରିଥିଲେ । ଏଥିରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଳକର ଓଡ଼ିଶା ମୋଟର ଚାଳକ ସଂଘର ସମସ୍ତ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଚାଳକ ସଂଘର ସହ ସମ୍ପାଦକ ପ୍ରତାପ ଚନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଉପ-ସଭାପତି ରବି ସାହୁ, ଜିଲ୍ଲା ସହ ସମ୍ପାଦକ ଛତ୍ରପତି ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ଲିଙ୍ଗରାଜ ବାଗ ଯୋଗଦାନ କରି ଚାଳକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଓଡ଼ିଶା ମୋଟର ଚାଳକ ସଂଘର ସାରା ଭାରତର ବର୍ଷର ଚାଳକମାନଙ୍କର ସାମାଜିକ ସୁରକ୍ଷା ନିମନ୍ତେ ଏକ ବଡ ଧରଣର ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଥିଲା । ଶେଷରେ ଜିତେନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

4 × four =