pakka

ସଇଁନ୍ତଲାରେ ମାଟ୍ରିକ ପରୀକ୍ଷା ଦେଲେ ୧୯୫୭ ଜଣ ଛାତ୍ରଛାତ୍ରୀ

l2

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ନୂତନ ବ୍ୟବସ୍ଥା ଆଧାରରେ ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ପର୍ୟ୍ୟାୟ କୁହାଯାଉଥିବା ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ମୋଟ୍‌ ୧୯୫୭ ଜଣ ଛାତ୍ରଛାତ୍ରୀ ସ୍ଥାନୀୟ ବିଭିନ୍ନ ସେଣ୍ଟରରେ ଏହି ପରୀକ୍ଷା ଦେଉଛନ୍ତି । ଓମିକ୍ରନ୍‌ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସେଣ୍ଟର୍‌ରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇ ପରୀକ୍ଷା ଛାତ୍ରଛାତ୍ରୀମାନେ ଦେଉଛନ୍ତି । ତେବେ କନ୍ଦକେଲଗା ସ୍କୁଲର ୧୧୯, ବୁଡ଼ାବାହାଲର ୧୩୯, ଆମ୍ବପାଲିର ୧୨୭, କୁଆରଗାଁର ୧୧୯, ବେଲଗାର ୧୩୬, ରେଙ୍ଗାଲୀର ୮୬, ଗଣ୍ଡତ୍ରାପାଲିର ୧୪୨, ଧରପଗଡ଼ ୯୦, ସଇଁନ୍ତଲା ପଞ୍ଚାୟତ ନୋଡାଲ ସ୍କୁଲର ୧୮୫, ସଇଁନ୍ତଲା ବାଳିକା ସ୍କୁଲର ୧୮୨, ସଇଁନ୍ତଲା ଅନୁସୂଚିତ ଜନଜାତି ସ୍କୁଲର ୨୦୫, କୁମ୍ଭାରୀ ୧୬୯, କରମତଲା ୧୪୦, ଟିକ୍ରାପଡ଼ା ସ୍କୁଲର ୧୧୮ ଜଣ ଛାତ୍ରଛାତ୍ରୀମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ରର ଶାନ୍ତି ଶୃଙ୍ଖଳିତ ସହିତ ଦେଉଛନ୍ତି ।

pp
Leave A Reply

Your email address will not be published.

4 × 2 =