pakka

ସରିଲା ଭୋଟଦାନ : ମୋହରରେ ଛକିଚିହ୍ନ ନଥିବାରୁ ଭୋଟର ଅସନ୍ତୁଷ୍ଟ, ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତ ୧ ନମ୍ବର ବୁଥ ଫଟାମୁଣ୍ତାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ହୋଇଥିଲା । ସର୍ବମୋଟ ୪୧୭ ଜଣ ଭୋଟର ମଧ୍ୟରୁ ମହିଳା ୧୬୬ ଏବଂ ପୁରୁଷ ୧୭୮ ଜଣ ସମେତ ୩୪୪ ଜଣଙ୍କର ଭୋଟଦାନ ହୋଇଥିଲା । କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ସକାଳ ୭ଟା ସମୟରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟଦାନ ହୋଇଥିଲା । ତେବେ ଭୋଟଗ୍ରହଣ କେନ୍ଦ୍ରରେ ଯେଉଁ ୨ଟି ମୋହର ଯୋଗାଇ ଦିଆଯାଇଥିଲା ଗୋଟିଏ ମୋହରରେ ଛକିଚିହ୍ନ ଲାଗି ନଥିଲା ଫଳରେ କାଠର କାଠି ଜରିଆରେ ଭୋଟର ଭୋଟଦାନ କରିଥିଲେ । ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ପୋଲିଂ ଅଧିକାରୀ ଏବଂ ପ୍ରିଜାଇଡିଙ୍ଗ ଅଧିକାରୀଙ୍କ ନିକଟରେ ଭୋଟରମାନେ ଅଭିଯୋଗ କରିବାରୁ କିଛି ଅସୁବିଧା ହେବ ନାହିଁ ବୋଲି କହିଥିଲେ । ପରେ ସେସ୍କନ ଅଫିସର ୧୨.୪୮ମି. ସମୟର ଅନ୍ୟ ଏକ ମୋହର ଯୋଗାଇ ଦେଇଥିଲେ । ଏନେଇ ଭୋଟରଙ୍କ ମଧ୍ୟରେ ଏକ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଥିଲା । ଏସଂପର୍କରେ କଣ୍ଟାମାଳ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ କଳାକୃଷ୍ଣ ପ୍ରଧାନକୁ ଯୋଗାଯୋଗ କରିବାରୁ ସମସ୍ତ ବୁଥ ପାଇଁ ଛକିଚିହ୍ନ ଥିବା ମୋହର ଯୋଗାଇ ଦିଆଯାଇଛି ଏବଂ ସେସ୍କନ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହିଥିଲେ । କେନ୍ଦ୍ରରେ ମତଦାନ ହୋଇଥିବା ସମସ୍ତ ଭୋଟର ପତ୍ରକୁ ଗଣତି କରିବା ପାଇଁ ଭୋଟର ମାନେ ଦାବୀ କରିବା ସହ ନାକଚ ହେଲେ ଦାୟିତ୍ୱରେ ଥିବା ଅଧିକାରୀ ଦାୟୀ ହେବେ ବୋଲି କଣ୍ଟାମାଳ ବିଡିଓଙ୍କୁ ଅବଗତ କରାଇଛନ୍ତି ।

jay balangir
Leave A Reply

Your email address will not be published.

14 + twenty =