pakka

ଭୋଟଦାନ କରି ଖୁସିବ୍ୟକ୍ତ କଲେ ଭୋଟର

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକରେ ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ବ୍ଲକର ୨୪ଟି ପଞ୍ଚାୟତରେ ୪୬୫ଜଣ ୱାର୍ଡ ସଭ୍ୟ, ୯୨ ଜଣ ସରପଞ୍ଚ, ୭୧ ଜଣ ସମିତିସଭ୍ୟ ଏବଂ ୧୨ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଥିବା ବେଳେ ସମୁଦାୟ ୬୪୦ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ଭାଗ୍ୟ ନିଦ୍ଧାରଣ ହେବ । ବ୍ଲକର ୧ଲକ୍ଷ ୮ହଜାର ୬ଶହ ଭୋଟରଙ୍କ ମଧ୍ୟରୁ ୮୧.୫୯% ଭୋଟର ନିଜର ଭୋଟଦାନ ସାବ୍ୟସ୍ତ କରିଛନ୍ତି । ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଧା ରହିଛି । ଜୟ ପରାଜୟର ଫଳାଫଳ ୨୬ ତାରିଖ ଦିନ ଭୋଟ ଗଣତି ହୋଇ ରିପୋର୍ଟ ପ୍ରକାଶ ପାଇଲା ପରେ ଜଣାପଡିବ । ତେବେ ବିଭିନ୍ନ ଭୋଟଦାନ କେନ୍ଦ୍ରରେ ଭୋଟରମାନେ ଏକ ସୁସ୍ଥ ସମାଜ ଗଠନ ପାଇଁ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ନିଜର ମୂଲ୍ୟବାନ ମତଦାନ କରି ଖୁସି ଅନୁଭବ କରୁଥିବା ଦେଖିବାକୁ ଜଣାପଡିଛି । ଭୋଟଦାନ କରିଥିବା ନେଇ ସେଲଫି ଫଟୋ ଉତ୍ତୋଳନ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା ।

jay balangir
Leave A Reply

Your email address will not be published.

sixteen + 4 =