pakka

ଭିଜିଲାନ୍ସ ପଞ୍ଝାରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର

bbehera

ଜଳେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡିଭିଜନର ୫ ଜଣିଆ ଭିଜିଲାନ୍ସ ଟିମ୍ ଭୋରରୁ ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନରେ ରେଡ୍ କରିଥିବା ଜଣାପଡିଛି । ଏଥି ସହିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ରେଡ୍ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯିବା ସହ ସମ୍ପତ୍ତିର ଆକଳନ ଚାଲିଥିବା ସୂଚନା ମିଳିଛି ।

ସୂଚନା ମୁତାବିକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡିଭିଜନର ୫ଜଣିଆ ଭିଜିଲାନ୍ସ ଟିମ୍ ଭୋରରୁ ବିଡ଼ିଓଙ୍କ ସରକାରୀ ବାସଭବନରେ ରେଡ୍ କରିଛନ୍ତି । ଅନୁଗୋଳ ଡ଼ିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଜଣେ ଇନିସପେକ୍ଟର, ଏସ୍ଆଇ, ଏଏସ୍ଆଇ, ମହିଳା କନେଷ୍ଟେବଳଙ୍କ ସମେତ ମୋଟ ୫ଜଣିଆ ଟିମ୍ ଜଳେଶ୍ୱରରେ ଚଢ଼ାଉ କରିଛନ୍ତି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସେ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ବିଡ଼ିଓ ଥିଲେ । ଏକାସାଙ୍ଗରେ କେନ୍ଦ୍ରାପଡାରେ ଥିବା ପୈତୃକ ଘର, କଟକ ଶ୍ୱଶୁର ଘର ସମେତ ଆଉ ଦୁଇଟି ଜାଗାରେ ଭିଜିଲାନ୍ସ ଟିମ୍ ଛାପା ମାରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

5 × four =

error: Content is protected !!