pakka

ଚାକିରିରୁ ବହିଷ୍କାର ହେଲେ ଭିଜିଲାନ୍ସ ଇନ୍‌ପେକ୍ଟର

bbehera

ଭୁବନେଶ୍ୱର : ଜଣେ ବ୍ୟକ୍ତିଙ୍କଠାରୁ ୨୦ ଲକ୍ଷ ଟଙ୍କା ଦାବୀ କରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଭିଜିଲାନ୍ସ ଇନ୍‌ପେକ୍ଟର ଶ୍ରୀମତୀ ମାନସୀ ଜେନାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଭାରତର ସମ୍ବିଧାନ ଅନୁଚ୍ଛେଦ ୩୧୧(୨)(ବି) ନିୟମ ଅନୁଯାୟୀ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ ଅଧିନରେ ଇନ୍‌ସପେକ୍ଟର ଭାବେ ଶ୍ରୀମତୀ ମାନସୀ ଜେନା କାର୍ଯ୍ୟ କରୁଥିଲେ । ଜଣେ ଅଫିସରଙ୍କ ନାମରେ ଥିବା ପିଟିସନ୍‌କୁ ବନ୍ଦ କରିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜରିଆରେ ଶ୍ରୀମତୀ ଜେନା ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏଭଳି ଏକ ସଙ୍ଗୀନ ଅଭିଯୋଗ ପାଇ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଭିଜିଲାନ୍ସ ସେଲ୍‌ କେସ୍‌ ନଂ ୦୫/୨୦୨୨ ତା୧୨/୦୫/୨୦୨୨ରିଖରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

Leave A Reply

Your email address will not be published.

nineteen + 6 =