pakka

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ

bbehera

ନବରଙ୍ଗପୁର : ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସ୍‌ଆଇ ସୀମାଞ୍ଚଳ ମହାରଣା । ସୂଚନା ଅନୁଯାୟୀ ଏକ ମାମଲାରେ ସହଯୋଗ କରିବାକୁ ତଥା କୋହଳ ମନୋଭାବ ଦେଖାଇବାକୁ ଏଏସ୍‌ଆଇ ସୀମାଞ୍ଚଳ ମହାରଣା ମାମଲାରେ ନାଁ ଥିବା ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ତେବେ ଥାନା ଭିତରେ ଏଏସ୍‌ଆଇ ସୀମାଞ୍ଚଳ ମହାରଣା ଟଙ୍କା ନେବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ଲାଞ୍ଚ ଅର୍ଥକୁ ଥାନାର ମାଲଖାନକୁ ଫୋପାଡ଼ି ଦେଇଥିଲେ କିନ୍ତୁ କେମିକାଲ୍‌ ମିଶା ପାଣିରେ ବୁଡ଼ାଇବାରୁ ତାହା ରଙ୍ଗୀନ ହୋଇଯାଇଥିଲା ଓ ସେ ଧରାପଡିଥିଲେ । ତେବେ ଭିଜିଲାନ୍ସର ତଦନ୍ତ ଜାରି ରହିଛି ।

jay balangir
Leave A Reply

Your email address will not be published.

14 + five =