pakka

ମନ୍ଦରଡ଼ା ଗ୍ରାମ ହାଇସ୍କୁଲକୁ ରାସ୍ତା ନିର୍ମାଣରେ ବାଧକ ସାଜିଛି ସମସ୍ୟାର ସମାଧାନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଗ୍ରାମ ବାସୀଙ୍କ ଦାବି ପତ୍ର ପ୍ରଦାନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମନ୍ଦରଡ଼ା ଗ୍ରାମରେ ସ୍ଥାପିତ ହୋଇଥିବା ମନ୍ଦରଡ଼ା ଗ୍ରାମପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ-ବିଦ୍ୟାଳୟକୁ ରାସ୍ତା ଟିଏ ହେବାରେ ବାଧକ ହୋଇଛି । ପ୍ରକାଶ ଥାଉକି, କି ଯେ’ ୨୦୦୯ ମସିହାଠାରୁ ସ୍କୁଲ ହୋଇଥିଲେ, ମଧ୍ୟ ବର୍ତ୍ତମାନ ସରକାରୀ ସ୍ତରରେ କିଛି ରାସ୍ତା ପାଇଛନ୍ତି । କିନ୍ତୁ ଦୁଃଭାଗ୍ୟର କଥା ସ୍କୁଲକୁ ଯିବା ଆସିବା ପାଇଁ ଯେତିକି ଜାଗାର ଆବଶ୍ୟକ ରହୁଅଛି, ସେଥିପାଇଁ ଗ୍ରାମର ଅନ୍ୟ ଲୋକମାନେ ରାସ୍ତା ପାଇଁ ଜମିଛାଡିଛନ୍ତି ଅବା ଜମି ଦାନ ସୂତ୍ରରେ ହାଇସ୍କୁଲକୁ ପ୍ରଦାନ କରିବା ପାଇଁ ଇଚ୍ଛୁକ ଅଛନ୍ତି । କିନ୍ତୁ ଦୁଃଭାଗ୍ୟର କଥା ଗ୍ରାମବାସୀ ପାତ୍ରପୁର ତହସିଲଦାରଙ୍କ ପାଖରେ ବହୁବାର ଅଭିଯୋଗ କରିଛନ୍ତି । ଯାହାକି, ଡ଼ିମାର୍କେସନ କେସ୍ ନଂ ୭୮/୨୦୨୨, ଲେଟର ନଂ ୪୯୩, ତା : ୧୩/୦୨/୨୦୨୩, ପାତ୍ରପୁର ତହସିଲ ଅଧୀନ, ଖାରିଆଗୁଡ଼ା ରେଭେନ୍ୟୁ ସର୍କଲ୍ ଅନ୍ତର୍ଗତ ମୌଜା ବୁଡ଼ାଗଡ଼, ଥାନା ନଂ ୩୬, ଖାତା ନଂ ୧୮୫/୩୭, ବାବଦ ପ୍ଲଟ ନଂ ୧୬୯୬ ରେ ଏ୦.୦୨୦ ଡ଼େସିମିଲ ବିଲ । ୨. ପ୍ଲଟ ନଂ ୧୬୯୭ ରେ ପୁରା ଏ୦.୦୪୦ ଡ଼େସିମିଲ । ୩. ପ୍ଲଟ ନଂ ୧୬୯୮/୧୭୬୯ ରେ ପୁରା ଏ୦.୧୭୦ ଡ଼େସିମିଲ । ୪. ପ୍ଲଟ ନଂ ୧୭୦୬ ରେ ଏ୦.୯୭୦ ଡ଼େସିମିଲରେ ଆମେ ଡ଼ିମାର୍କେସନ୍ କେସ୍ ଦାଖଲ କରିଥିଲେ ମଧ୍ୟ ରାଜ ନିରୀକ୍ଷକ ଖାରିଆଗୁଡ଼ା ଆମକୁ ଜାଗା ଚିହ୍ନଟ କରିବାରେ ସାହାର୍ୟ୍୍ୟକି ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ ହେଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କଠାରେ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଗୁହାରି କରିଛନ୍ତି । ଉକ୍ତ ସମସ୍ୟାର ସମାଧାନ ନହେଲେ ଅବା ଉକ୍ତ ଦାବି ପୂରଣ ନହେଲେ ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମନ୍ଦରଡ଼ା ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

5 × one =