ମୁରିବାହାଲ ରେଳଷ୍ଟେସନରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନର ପୁନଃ ରହଣୀ ଆରମ୍ଭ : ଜନସାଧାରଣଙ୍କ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନରେ ଶନିବାରଠାରୁ ପୁରୀ-ଦୁର୍ଗ ଏକ୍ସପ୍ରେସର ରହଣୀ ଆରମ୍ଭ ହୋଇଛି । ମହାମାରୀ କୋଭିଡ ପରେ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ଦୁଇ ଏକ୍ସପ୍ରେସ ଟ୍ରେନ ପୁରୀ-ଦୁର୍ଗ (ନଂ ୧୮୪୨୫-୧୮୪୨୬ )ଓ କୋର୍ବା-ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ (ନଂ ୧୮୫୧୭-୧୮୫୧୮)ର ପୁଣିଥରେ ରହଣୀ ଦାବୀରେ ମୁରିବାହାଲ ରେଳ ଅଧିକାର ମଞ୍ଚଙ୍କ ନେତୃତ୍ୱରେ ମୁରିବାହାଲ ଜନସାଧାରଣଙ୍କ ପକ୍ଷରୁ ଦୀର୍ଘ ୪ବର୍ଷରୁ ଅଧିକ ଧରି ବାରମ୍ବାର କେନ୍ଦ୍ର ରେଳମନ୍ତ୍ରୀ, ବଲାଙ୍ଗିର ଲୋକସଭା ସାଂସଦ ଓ ସମ୍ବଲପୁର ଡିଆର୍‌ଏମ୍‌ଙ୍କୁ ରେଳଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଆସୁଥିଲା । ଶେଷରେ ଦୀର୍ଘଦିନ ପରେ କେନ୍ଦ୍ର ରେଳବିଭାଗ ପକ୍ଷରୁ ପ୍ରଥମେ ଏହି ରେଳଷ୍ଟେସନରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସବୁଜ ସଙ୍କେତ ମିଳିଥିଲା । ଶନିବାର ୦୨/୦୩/୨୪ ଦିନଠାରୁ ଏହି ଏକ୍ସପ୍ରେସ ଟ୍ରେନ ମୁରିବାହାଲ ଷ୍ଟେସନରେ ପରୀକ୍ଷାମୂଳକ ଭାବେ ରହଣୀ ଆରମ୍ଭ କରିଛି । ପୁରୀରୁ ଛାଡ଼ୁଥିବା ୧୮୪୨୫ ନମ୍ବର ଟ୍ରେନଟି ସକାଳ ୬.୧୦ରୁ ୬.୧୨ ୨ମିନିଟ ପାଇଁ ଓ ଦୁର୍ଗରୁ ଛାଡୁଥିବା ୧୮୪୨୬ ନମ୍ବର ଟ୍ରେନ ରାତି ୮.୨୫ରୁ ୮.୨୭ ୨ମିନିଟ ପାଇଁ ରହଣୀ କରିବ ବୋଲି ରେଳ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ପ୍ରକାଶଥାଉକି ସ୍ଵାଧୀନତା ପୂର୍ବ ୧୯୩୦ ମସିହାରେ ସ୍ଥାପିତ ଏହି ଷ୍ଟେସନ ଉପରେ ମୁରିବାହାଲ ବ୍ଲକ ସମେତ ପଡୋଶୀ ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକ ଅଞ୍ଚଳର ଯାତ୍ରୀ ନିର୍ଭର କରିଥାନ୍ତି । ଏବେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ ରହଣୀ କରିବା ପରେ ମୁରିବାହାଲ ରେଳ ଅଧିକାର ମଞ୍ଚ ଓ ଜନସାଧାରଣଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୁରୀ-ଦୁର୍ଗ ପରେ କୋର୍ବା ଲିଙ୍କ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅଞ୍ଚଳରେ ସ୍ଵତନ୍ତ୍ର ଦାବୀ ହେଉଛି । ଶନିବାର ସକାଳେ ଟ୍ରେନ ରେଳଷ୍ଟେସନରେ ପହଞ୍ଚିବା ପରେ ମୁରିବାହାଲ ରେଳ ଅଧିକାର ମଞ୍ଚ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସମସ୍ତ ଜନସାଧାରଣଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସେହିପରି ସନ୍ଧ୍ୟାରେ ରେଳଷ୍ଟେସନ ପରିସରରେ ଅନୁଷ୍ଠିତ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏଥିରେ ବରିଷ୍ଠ ବିଜେପି ନେତା ଲକ୍ଷ୍ମଣ ବାଗ, ରେଲୱେ ବୋର୍ଡ ସଦସ୍ୟ ରାଜେଶ ଅଗ୍ରୱାଲ, ଏଡିଆ୍‌ରଏମ୍‌ ଆନନ୍ଦ ସିଂ, ବରିଷ୍ଠ ରେଳ ବିଭାଗୀୟ ଅଧିକାରୀ ଓ ରେଳଷ୍ଟେସନ ମ୍ୟାନେଜର ରଞ୍ଜନ କୁମାର ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ମୁରିବାହାଲ ରେଳ ଅଧିକାର ମଞ୍ଚ କାର୍ଯ୍ୟକାରୀ ସଭାପତି ତଥା ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହେରା, ଉପସଭାପତି ଗଙ୍ଗାଧର ହେର୍ଣ୍ଣା, ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର, ସମ୍ପାଦକ ଭରତ ଦାସ, କାର୍ଯ୍ୟକାରୀ ସମ୍ପାଦକ ପଦ୍ମଲୋଚନ ବାଗ, କୋଷାଧ୍ୟକ୍ଷ ଅନୀଲ ଶର୍ମା, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ନାରାୟଣ ସାହୁ, ରାଜୀବ ମହାନ୍ତି, ଜୟଦୀପ ପୁରୋହିତ, ସୁରେଶ ଶର୍ମା, ଅଜିତ ତରିଆ, ଭିକି ମହାରଣା, ତରଣୀସେନ ମେହେର, ସୁଦର୍ଶନ ଖର୍ସେଲ, ହିମାଂଶୁ ଜାଲ, ସୁଧାଂଶୁ ଶେଖର ପୋଡ଼, ଦିବ୍ୟରଞ୍ଜନ ସାହୁ, ଭୀଷ୍ମରାଜ ମେହେର, କୁନ୍ତ ପୋଡ଼, ଖଗେଶ୍ୱର ସାହୁ, ସୁଶାନ୍ତ ପଧାନ, ତରୁଣ ପୋଡ଼, ଲକ୍ଷ୍ମୀକାନ୍ତ ଧରୁଆ, ସୁଜିତ ପାଢ଼ୀ, ଆଶିଷ ମହାପାତ୍ର, ସୁରେଶ ଭୋଇ, ହରେକୃଷ୍ଣ ସାହୁ, ପ୍ରଦୀପ ବଘାର, କିଶୋର ପୃଷ୍ଟି, ମଧୁସୂଦନ ନାଗ ଓ ଛୋଟୁ କୁମ୍ଭାରଙ୍କ ସହ ଦଳମତ ନିର୍ବିଶେଷରେ ମୁରିବାହାଲ ବ୍ଲକ ଅଞ୍ଚଳର ଶତାଧିକ ଜନସାଧାରଣ ତଥା ଯାତ୍ରୀମାନେ ଉପସ୍ଥିତ ରହି ଏହି ଟ୍ରେନ ରହଣୀକୁ ବିପୁଳ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.

7 − two =