pakka

ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

bbehera

ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ବେଳେ ହରେକୃଷ୍ଣଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି । ଏହି ରୋଡ୍‌ରେ ୩ ଜଣ ଡିଏସ୍‌ପି, ୧୦ ଜଣ ଇନସ୍‌ପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ନିୟୋଜିତ ଥିବା ଜଣାପଡିଛି । ସୂଚନା ଅନୁସାରେ ହରେକୃଷ୍ଣ ନାୟକଙ୍କ କଟକ, ପୁରୀ, ଝାରସୁଗୁଡ଼ା ଓ ଗଞ୍ଜାମ ସ୍ଥିତ ୬ଟି ଠିକଣାରେ ଚଢାଉ ହେଉଛି । କଟକ ମଙ୍ଗଳାବାଗ ସ୍ଥିତ ଘର, ପୁରୀ କୃଷ୍ଣପ୍ରସାଦ ସ୍ଥିତ ନବ ନିର୍ମିତ ଘର, ଝାରସୁଗୁଡା ଅଫିସ୍ ଓ ଭଡାଘର, ଗଞ୍ଜାମର ଲାଞ୍ଜିପାଲିରେ ତାଙ୍କର ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଥିବା ଜଣାପଡିଛି ।

Leave A Reply

Your email address will not be published.

fourteen − twelve =