pakka

ଦେଓଗାଁ ବ୍ଲକରେ କେଉଁ ଦଳର ସମର୍ଥିତ ପ୍ରାର୍ଥୀ ହେବେ ଅଧ୍ୟକ୍ଷ : ହିସାବ ନିକାଶରେ ବ୍ୟସ୍ତ ପ୍ରାର୍ଥୀ ଓ ଜନତା

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଦିନକ ପରେ ଭୋଟ ବାକ୍ସ ଖୋଲିବ ଏବଂ ପ୍ରାର୍ଥୀଙ୍କ ଭାଗ୍ୟଫଳ ସ୍ପଷ୍ଟ ହେବ । ତା’ ପୂର୍ବରୁ ଏବେ ପ୍ରାର୍ଥୀ ଓ ଜନତାଙ୍କ ଭିତରେ ଫଳ ଜାଣିବାକୁ ପ୍ରବଳ ଉତ୍କଣ୍ଠା । ସମସ୍ତେ ହିସାବ ନିକାଶରେ ବ୍ୟସ୍ତ । ବଲାଙ୍ଗିର ଜିଲ୍ଲା ତଥା ବିଧାନସଭା ନିର୍ବାଚନ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ପେଣ୍ଠସ୍ଥଳୀ ଦେଓଗାଁ ବ୍ଲକ । ଦେଓଗାଁ ବ୍ଲକରେ ରାଜନୀତି ସବୁବେଳେ ସରଗରମ । ଗାଁ ଦାଣ୍ଡରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଚା’ ଖଟିରୁ ଆରମ୍ଭ କରି ସେଲୁନ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା କେଉଁ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ମିଳିବ ଦେଓଗାଁ ବ୍ଲକ ଅଧ୍ୟକ୍ଷ ପଦ ।

ଗତ ମଙ୍ଗଳବାର ଦିନ ଦେଓଗାଁ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି । ୨୬ଟି ପଞ୍ଚାୟତର ୪୧୩ଜଣ ପ୍ରାର୍ଥୀ ଓ ୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟଫଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ ଭିତରେ । ହେଲେ ନିର୍ବାଚନ ଶେଷ ପରେ ବ୍ଲକ୍ ଅଧ୍ୟକ୍ଷ ପଦ ଉପରେ ସମସ୍ତଙ୍କ ନଜର । କେଉଁ ଦଳର ଅଧିକ ସମର୍ଥିତ ପ୍ରାର୍ଥୀ ସମିତି ସଭ୍ୟ ଭାବେ ବିଜୟୀ ହୋଇ ଅଧ୍ୟକ୍ଷ ପଦ ନେବେ ତାଙ୍କୁ ନେଇ ବ୍ଲକରେ ଚର୍ଚ୍ଚା ହେଉଛି । ନିର୍ବାଚନ ପୂର୍ବରୁ ବିଜେଡି ଦଳର ୨ଜଣ ଓ କଂଗ୍ରେସ ଦଳର ସମର୍ଥିତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି । ବ୍ଲକର ଅବଶିଷ୍ଟ ୨୩ଟି ଆସନରୁ ବିଜୟ ହେବାକୁ ଥିବା ସଭ୍ୟ/ସଭ୍ୟାମାନଙ୍କ ମଧ୍ୟରୁ କେଉଁ ଦଳ ମ୍ୟାଜିକ ସଂଖ୍ୟା ୧୪କୁ ଛୁଇଁ ପାରିବେ ତାହାକୁ ନେଇ ଆଲୋଚନା ଜୋର ଧରୁଛି । ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ପଞ୍ଚାୟତରେ ବିଜୟ ସମ୍ଭାବନାକୁ ମଧ୍ୟ ଆଶଙ୍କା କରାଯାଉଛି । ବିଜେଡ଼ି ଦଳ ସମର୍ଥିତ ଅଧ୍ୟକ୍ଷ ପଦ ଆଶାୟୀ ପ୍ରାର୍ଥୀ ତଥା ପୂର୍ବ ବ୍ଲକ ଅଧ୍ୟକ୍ଷଙ୍କୁ ଉପରେ ସମସ୍ତଙ୍କ ନଜର । କଂଗ୍ରେସ ଦଳ ସମର୍ଥିତ ଆଶାୟୀ ଓ କର୍ମୀମାନେ ଆଲୋଚନା କରୁଛନ୍ତି ଯେ, ଦୈବାଦ ନିଜ ପଞ୍ଚାୟତ ସାଲେପାଲିରେ ଲକ୍ଷ୍ମଣ ମେହେର ପରାଜିତ ହେଲେ କଂଗ୍ରେସର ବିଧାୟକଙ୍କ ବ୍ଲକ ପ୍ରତିନିଧି କାନ୍ତେଶ୍ୱର ପଧାନ, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ବିିିଶ୍ୱଜିତ ପାତ୍ର (ପପୁ) ଓ ବ୍ଲକ୍ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ ବିଜୟ ଲାଭ କଲେ ଅଧ୍ୟକ୍ଷ ପଦ ଆଶାରେ ରହିଛି । ଦେଓଗାଁ ବ୍ଲକ ଉପରେ ସଦାସର୍ବଦା ନଜର ରଖିଥିବା ବଲାଙ୍ଗିର ବିଧାୟକ ଅଧ୍ୟକ୍ଷ ପଦ ପାଇଁ କାହାକୁ ସମର୍ଥନ ଦେବେ ତାହା ଦେଖିବା ବାକି ରହିଛି ।

Leave A Reply

Your email address will not be published.

4 × 2 =