ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ କିରାଣୀ

ଝାରସୁଗୁଡ଼ା : ଝାରସୁଗୁଡା କୃଷି ବିଭାଗର କନିଷ୍ଠ କିରାଣୀ ଅଜୟ ପାଣ୍ଡେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଝାରସୁଗୁଡା କୃଷି ବିଭାଗ କାର୍ଯ୍ୟାଳୟରେ ଖରିଫ ଫସଲର ଇନ୍ସୁରାନ୍ସ କରାଇଦେବା ପାଇଁ କୂଳେମୁରାର ଚାଷୀ ପ୍ରେମାନନ୍ଦ ସାହୁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଧରିଥିଲା । ତେବେ କନିଷ୍ଠ କିରାଣୀ ଅଜୟ ପାଣ୍ଡେଙ୍କ ଘର ରେଙ୍ଗାଲୀ ଥାନା ଅନ୍ତର୍ଗତ ଡଙ୍ଗୁଆପଡ଼ା ଠାରେ ବୋଲି ଜଣାପଡ଼ିଛି । ପୂର୍ବ କଥା ଅନୁଯାୟୀ ଖରିଫ ଫସଲର ଇନ୍ସୁରାନ୍ସ କରାଇଦେବା ପାଇଁ ପ୍ରେମାନନ୍ଦଙ୍କ ଠାରୁ ଟଙ୍କା ନେଉଥିଲେ ଅଜୟ । ସେହି ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ ଏହି କନିଷ୍ଠ କିରାଣୀ ଜଣକ । ଏନେଇ ଭିଜିଲାନ୍ସ ଟଙ୍କା ଜବତ କରିବା ସହ ଅଜୟଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

eighteen + two =