ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ଆକାଉଣ୍ଟରୁ ୭୧ ହାଜର ଟଙ୍କା ହଡ଼ପ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ସାଊରିଆ ଗ୍ରାମ (ପାଟ୍ଟଶାଣୀ ସାହି)ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ବେଶ୍ଵର ଭୁଜବଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭୧ହଜାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ୧ଟାରେ ଶ୍ରୀ ଭୁଜବଳଙ୍କ ଘରେ ଜଣେ ଯୁବକ ପହଞ୍ଚି ନିଜକୁ କୃଷି କର୍ମଚାରୀ ଓ ଚନ୍ଦନପୁରର ସୁଶାନ୍ତ ପଣ୍ଡା ବୋଲି ନିଜକୁ ପରିଚୟ ଦେଇ ଗ୍ରାମରେ ଖୋର୍ଦ୍ଧା କୃଷି କାର୍ଯ୍ୟାଳୟ ପକ୍ଷରୁ ଏକ କୃଷି ମେଳା ଆୟୋଜନ କରିବାକୁ ସ୍ଥିର କରିଛି ବୋଲି ପ୍ରସ୍ତାବ ଦେଇଥିଲେ । ଚାଷୀ ଉପକୃତ ହେବେ ଏଥିସହିତ ଏକ ସାଇନ ବୋର୍ଡ ଲାଗିବ ଏଥିପାଇଁ ପରିବହନ ବାବଦରେ ଏକ ହାଜର ଟଙ୍କା ଚେକ ଆକାରରେ ନେବେ ବୋଲି କହି ଯୁବକ ଜଣକ ଶ୍ରୀ ଭୁଜବଳଙ୍କ ମନରେ ବିଶ୍ଵାସ ଜନ୍ମାଇଥିଲେ । ଠକ ଯୁବକଙ୍କ କଥାକୁ ବିଶ୍ଵାସ କରି ଶ୍ରୀ ଭୁଜବଳ ୟୁକୋ ବ୍ୟାଙ୍କ ଡେଲାଙ୍ଗ ଶାଖାର ଏକ ଚେକରେ ଏକ ହଜାର ଟଙ୍କା ଦସ୍ତଖତ କରି ଦେଇଥିଲେ । ପରେ ମନରେ ସନ୍ଦେହ ହେବାରୁ ଏକ ଘଣ୍ଟା ପରେ ଶ୍ରୀ ଭୁଜବଳ ଡେଲାଙ୍ଗ ୟୁକୋ ବ୍ୟାଙ୍କ ଶାଖାରେ ଯାଇ ତଦାରଖ କରିବାରୁ ତାଙ୍କ ଆକାଉଣ୍ଟରୁ ୭୧ ହାଜର ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଶ୍ରୀ ଭୁଜବଳ ଏସଂକ୍ରାନ୍ତରେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମହାନ୍ତି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଛନ୍ତି ।

Leave A Reply

Your email address will not be published.

six − three =