pakka

ଉତ୍ତମ ପରିବେଶ ପାଇଁ ଦୁର୍ନୀତି ନିବାରଣ ସଂକଳ୍ପର ଆହ୍ୱାନ ଦେଲେ ହୃଷୀକେଶ ପାଢ଼ୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସତ୍ୟବାଦୀର ବକୁଳବନରୁ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଅଛି । ପ୍ରକୃତିପ୍ରେମୀ ଅଧ୍ୟାପିକା ଡକ୍ଟର ଶାନ୍ତିଲତା ଅଧିକାରୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହାର ଶୁଭ ଆରମ୍ଭ କରିଥିଲେ । ଉକ୍ତ ଅଭିଯାନ ସାକ୍ଷୀଗୋପାଳ ବଜାର ଦେଇ ଚନ୍ଦନପୁର ପର୍ଯ୍ୟନ୍ତ ଯାଇଥିଲା । ଶେଷ ଦିନ ଟ୍ରଷ୍ଟର ଅଧ୍ୟକ୍ଷ ପରିବେଶବିତ ଆଇନଜୀବୀ ହୃଷୀକେଶ ପାଢ଼ୀ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟରେ ପହଂଚି ନବ ନିଯୁକ୍ତ ତହସିଲଦାର ସୁଶ୍ରୀ ନିବେଦିତା ପରିଡାଙ୍କ ହସ୍ତରେ ଉତ୍ତମ ପରିବେଶ ପାଇଁ ଦୁର୍ନୀତି ନିବାରଣ ସଙ୍କଳ୍ପ ଆହ୍ୱାନର ବାର୍ତ୍ତାକୁ ଉନ୍ମୋଚନ କରିଥିଲେ । ତହସିଲଦାର ସୁଶ୍ରୀ ନିବେଦିତା ପରିଡା ଉକ୍ତ ଅଭିଯାନର ଭୁୟସୀ ପ୍ରଂଶସା କରିବା ସଂଗେ ସଂଗେ କର୍ମଚାରୀମାନଙ୍କୁ ଦୁର୍ନୀତି ମୁକ୍ତ ରହିବା ପାଇଁ ଶପଥ ପାଠ କରାଇଥିଲେ । ଏହାପରେ ପରିବେଶ ପ୍ରେମୀ ହୃଷୀକେଶ ପାଢ଼ୀ ସବ୍‌ରେଜିଷ୍ଟର ରଞ୍ଜନ କୁମାର ନାୟକ ଦ୍ୱାରା କର୍ମଚାରୀମାନଙ୍କୁ ଶପଥ ପାଠ କରାଇବା ସହ ବିଭିନ୍ନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ପହଂଚି ଦୁର୍ନୀତି ନିବାରଣ ପାଇଁ ଆହ୍ୱାନ ଦେଇଥିଲେ ।

jay balangir
Leave A Reply

Your email address will not be published.

11 + 16 =