csstore

ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପାଇକମାଲ ବିଡିଓ ଉପାଞ୍ଜଳି ମାଝୀ ଯୋଗଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୌମ୍ୟରଞ୍ଜନ ଦାସ, ପାଇକମାଲ ବିଦ୍ୟୁତ ବିଭାଗର ଏସଡିଓ ପୁରନ୍ଦର ସାହୁ, ଏବିଡିଓ ଭୀଷ୍ମ ଦେବ ମାଝୀ, ଡା.ସୁରେଶ ଅଗ୍ରୱାଲ, ତୁଷ କୁମାର ଚନ୍ଦ୍ରକାର, ରେବତି ମୋହନ ଜେନା, ସାମ୍ବାଦିକ ସୁରଥ ସାହୁ ଯୋଗଦାନ କରିଥିଲେ । ପଦ୍ମପୁର ରକ୍ତ ଭଣ୍ଡାରର ସଂଗ୍ରାମ କେଶରୀ ମହନ୍ତ ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ । ଏଥିରେ କୋଡିଏ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯୁବ ରେଡକ୍ରସ ସଂଯୋଜକ ଦେବରାଜ ସାହୁ ରକ୍ତଦାନ ଶିବିରର ପରିଚାଳନା କରିଥିବା ବେଳେ ମାସ ସଂଯୋଜକ ଆଦିକନ୍ଦ ବିଶ୍ୱାଳ, ଆଜକା ଅନୁଷ୍ଠାନର ନିତ୍ୟାନନ୍ଦ ଜେନା, ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ପ୍ରଭାତ କୁମାର ବିଶ୍ଵାଳ, ପ୍ରଦୀପ ଦେୱାନ, ମୀନା କୁମାରୀ ସାହୁ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ତଥା ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.