csstore

ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଦ୍ୱାରା ପରିଚାଳିତ ଜାତୀୟ ନିଟ୍‌ ସର୍ଭେର ଉଦ୍‌ଯାପିତ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଆନୁକୂଲ୍ୟରେ ଏକ ଜାତୀୟସ୍ତରୀୟ ନିଟ୍ ସର୍ଭେ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ କଲ୍ୟାଣ ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସର୍ଭେ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ୧୫ରୁ ୨୯ ବର୍ଷ ବୟସ୍କ ଯୁବକ ଯୁବତୀ ଯେଉଁମାନେ ବିଭିନ୍ନ କାରଣରୁ ଅଧାରୁ ପାଠପଢା ଛାଡ଼ିବା ସହ ବିଧିବଦ୍ଧ ଭାବେ କୌଣସି ନିଯୁକ୍ତିପ୍ରାପ୍ତ ହୋଇ ନଥିବେ ସେମାନଙ୍କୁ ଏହି ସର୍ଭେ ମାଧ୍ୟମରେ ଚିହ୍ନଟ କରାଯାଇ ସରକାରଙ୍କୁ ତଥ୍ୟ ପ୍ରଦାନ କରିବାର ବ୍ୟବସ୍ଥା ହାତକୁ ନିଆ ଯାଇଥିଲା । ଓଡିଶାରେ ୫୦ ହଜାର ଲୋକଙ୍କ ଉପରେ ତଥ୍ୟ ଅନୁସନ୍ଧାନ କରାଯିବାକୁ ଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଇଁ ୨ ହଜାର ଲୋକଙ୍କ ଉପରେ ଏହି ସର୍ଭେ କାର୍ଯ୍ୟକ୍ରମ ହୋଇଥିଲା । ଡିଗ୍ରୀ କଲେଜ କୁଶଙ୍ଗ ବ୍ୟତୀତ ଲୋଇସିଂହା ମହାବିଦ୍ୟାଳୟ ମଧ୍ୟ ସର୍ଭେ କାମ ନିର୍ବାହ କରିଛି । ଚଳିତ ମାସ ୧୭ ତାରିଖରେ ଏହି ଜାତୀୟସ୍ତରୀୟ ସର୍ଭେକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କଲେଟ ଉଦ୍‌ଘାଟନ କରି ସ୍ୱେଚ୍ଛାସେବୀମାନଙ୍କୁ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ପାଇଁ ପରାମର୍ଶ ଦେଇଥିଲେ । କଲେଜର ୫୦ ଜଣ ସ୍ୱେଚ୍ଛାସେବୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁ, ଅଜିତ କୁମାର ଭୋଇ, ଅନନ୍ତ କୁମାର ଆର୍ଯ୍ୟଙ୍କ ପ୍ରମୁଖ ସହଯୋଗ ରହିଥିଲା । ଛାତ୍ର ନେତା ରୂପେଶ କୁମାର ସେଠ, ଶିବାନନ୍ଦ, ଜାଗୃତି, ବର୍ଷାରାଣୀ, ଈଶ୍ୱରଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ ଏହା ସଫଳ ହୋଇପାରିଥିଲା । ଏହି କାର୍ଯ୍ୟକ୍ରମର ସଫଳ ପରିସମାପ୍ତି ପାଇଁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଲକ୍ଷ୍ମଣ ମେହେର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.