jayashree

ଫୁଲମତୀପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିଶୁ ମାନଙ୍କୁ ପୁଷ୍ଟିକର ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇବା ଏବଂ ଗୁଣାତ୍ମକ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପଦ୍ମପୁର ବ୍ଲକ ଦହିତା ସେକ୍ଟର ଫୁଲମତୀପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ଉତ୍ସାହ ସହକାରେ ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପାଇଁ କେନ୍ଦ୍ରର ଶିଶୁମାନଙ୍କ ପାଇଁ ମିଲେଟ୍ ସମେତ ବିଭିନ୍ନ ସ୍ଵାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶିଶୁମାନଙ୍କୁ ଉତ୍ତମ ମାନର ଖାଦ୍ୟ ଯୋଗାଇବା ଖାଦ୍ୟର ପୋଷଣମାନ ବୃଦ୍ଧି କରିବା ଓ ସୁସ୍ଥ ଶୈଶବ ଗଠନ ନେଇ ଆଲୋଚନା କରାଯାଇଥିଲା । ବିଶେଷ କରି ଗୁଣାତ୍ମକ ଖାଦ୍ୟ ପ୍ରସ୍ତୁତି ଓ ଶିଶୁଙ୍କ ପୋଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମ୍ରୁଖ୍ୟତଃ ବର୍ତ୍ତମାନ ପୁରୁଷମାନେ ସାମିଲ ହୋଇଥିଲେ । ଯାହାଫଳରେ ସେମାନେ ମଧ୍ୟ ପିଲାଙ୍କ ଖାଦ୍ୟ ଏବଂ ପୋଷଣ ବିଷୟରେ ଅବଗତ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ପୁରୁଷମାନେ ସାମିଲ ହୋଇ ବିଭିନ୍ନ ପ୍ରକାରର ପିଠା ଏବଂ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ପିଠା ପ୍ରସ୍ତୁତି ପ୍ରତିଯୋଗିତାରେ ଭାଗ ନେଇଥିବା ବାପାମାନଙ୍କ ମଧ୍ୟରେ ତିନି ଜଣ ବାପା ପ୍ରଥମ ସ୍ଥାନ ଅଗସ୍ତି ମେହେର, ଦ୍ଵିତୀୟ ଗୋବର୍ଦ୍ଧନ ପଟେଲ, ତୃତୀୟ ପ୍ରଭାତ ବନଛୋର ଅଧିକାର ମରିଥିବ ବେଳେ ସେମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଫୁଲମତୀପୁରର ଅଙ୍ଗନୱାଡ଼ି କସ୍ତୁରୀ ବରିହାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୱ।ର୍ଡମେମ୍ବର ଉକିଆ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ଆଶା ଦେବକୀ ସେଠ, ଅଙ୍ଗନୱାଡ଼ି ସହାୟିକା ଅନୁସୟା ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.