jayashree

ଦୁର୍ଗାପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

  • ମା’ଙ୍କ ମୂର୍ତ୍ତି ନିର୍ମାଣରେ ଦିନରାତି ନିମଗ୍ନ କାରିଗର

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆସୁଛି ଦୁର୍ଗାପୂଜା । ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲିଗୁଡ଼ା ସହର । ବାଲିଗୁଡାର ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଓ ବିଦ୍ୟୁତ ବିଭାଗ ଦୁର୍ଗାପୂଜା କମିଟି ସମେତ ଆଖପାଖ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ହୋଇପଡ଼ିଛନ୍ତି କାରିଗର ମାନେ । ମାଟି, କୁଶ ଓ ବାଉଁଶରେ ମା’ ଦୁର୍ଗାଙ୍କ ରୂପକୁ ଜୀବନ୍ତ କରିବା ପାଇଁ ଦିନରାତି ଏକ କରି ଦେଉଛନ୍ତି ଶିଳ୍ପୀ । ପ୍ରଥମେ ମୂର୍ତ୍ତିର ଢାଞ୍ଚା ପ୍ରସ୍ତୁତି ପରେ ମାଟିର ପରସ୍ତ ପରସ୍ତ ଲେପ ଦେଇ ଦେବୀଙ୍କ ଆକୃତି ଗଢ଼ାଯାଉଛି । ଏହାପରେ ରଙ୍ଗ ଓ ଅଳଙ୍କାରରେ ମା’ଙ୍କୁ ସଜାଇବା ପାଇଁ ଚାଲିଛି ଶେଷ ପର୍ଯ୍ୟାୟର କାମ । ମୂର୍ତ୍ତିର ଆକାର, ଚକ୍ଷୁ, ମୁଖାଭିନୟ ଓ ଅଳଙ୍କାରରେ ନିଜ କଳାନୈପୁଣ୍ୟର ଛାପ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି କାରିଗର । ଦୁର୍ଗାପୂଜା କେବଳ ଧାର୍ମିକ ଆୟୋଜନ ନୁହେଁ, ଏହା ସହ ଜଡ଼ିତ ରହିଛି ଅନେକ କାରିଗରଙ୍କ ଜୀବିକା । ପୂଜା ଯେତିକି ପାଖେଇ ଆସୁଛି, ମୂର୍ତ୍ତି ନିର୍ମାଣ କାମରେ ସେତିକି ବଢ଼ୁଛି ବ୍ୟସ୍ତତା । ମା’ଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଇ ଭକ୍ତଙ୍କ ଆଗରେ ଆକର୍ଷଣୀୟ ରୂପରେ ଉପସ୍ଥାପନ କରିବାକୁ କାରିଗରମାନେ ଏବେ ପୂରା ତତ୍ପର ।

Leave A Reply

Your email address will not be published.