
ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି । ଯଦି କୌଣସି ବ୍ୟକ୍ତି ଉକ୍ତ ଶବକୁ ଚିହ୍ନଟ କରନ୍ତି ତେବେ ଟାଙ୍ଗରପାଲୀ ଥାନା କିମ୍ବା ଆର୍ଜିଏଚ୍ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତମାସ ୧୯ ତାରିଖରେ ଏକ ଅଜଣା ବ୍ୟକ୍ତି ଦୁର୍ଘଟଣା ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ଆର୍ଜିଏଚ୍ ଚିକିତ୍ସା ପାଇଁ ଇନଫେକ୍ସନ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଗତ ୨୭ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର କୌଣସି ପରିଚୟ ନମିଳିବାରୁ ଆର୍ଜିଏଚ୍ ତରଫରୁ ଟାଙ୍ଗରପାଲି ଥାନାକୁ ସୂଚନା ଦିଆଯାଇ ଫଟୋ ଛଡାଯାଇଛି । ମୃତକଙ୍କ ବୟସ ୬୦ ବର୍ଷ ହେବ ବୋଲି ସୂଚନା ମିଳିଛି । କୌଣସି ବ୍ୟକ୍ତି ଫଟୋରୁ ତାଙ୍କୁ ଚିହ୍ନଟ କରି ଥାନା କିମ୍ବା ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେବା ପାଇଁ ଟାଙ୍ଗରପାଲି ଥାନାକୁ ଜଣାଇବାକୁ ଅନୁରୋଧ କରାଯାଇଛି ।