pakka

ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ସହାୟତା ତଥା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ଵାରା ଆୟୋଜିତ ମହକ ଓ ଉତ୍ସାହ୍ନ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ମାନକରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ଉତ୍ସବ ପାଳନ କରାଯାଇଥିଲା । ସେବା ଯତ୍ନ ପାଇ ବଢୁଥିବା ତଥା ପାଠ ପଢୁଥିବା ଅନୁଷ୍ଠାନ ଗ୍ରାମ ମଙ୍ଗଳ ପାଠାଗାର ସଲେପାଲିରେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ବେଶ ସଫଳତା ହାସଲ କରିଥିଲେ । ଏହି ପ୍ରତିଯୋଗିତାର ବକୃତା ଏବଂ ଚିତ୍ରାଙ୍କନରେ ଶ୍ରଦ୍ଧାଞ୍ଜଳି ତରିଆ, ୧୦୦ମିଟର ଦୌଡ, ଚେସ ଖେଳରେ ସୋନିଆଁ କୁମ୍ଭାର, ଲମ୍ବଡିଆଁରେ ଭୂମିସୂତା ଜାଲ, କେରମରେ ଲକ୍ଷ୍ମୀ ଦାସ, ଗୀତରେ ସଭ୍ୟାସିନି ଛତ୍ରିଆ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି କେରମରେ ସିଦ୍ଧାନ୍ତ ଦୀପ, ଚିତ୍ରାଙ୍କନରେ ସୋନିଆଁ କୁମ୍ଭାର, ଚେସରେ ରିବିକା ମହାନନ୍ଦ, ୧୦୦ମିଟର ଏବଂ ୨୦୦ମିଟର ଦୌଡରେ ଭୂମିସୂତା ଜାଲ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଏହିପରି ୧୦୦ମିଟର ଦୌଡରେ ହୁତାସନ୍ ଭୋଇ, ଲମ୍ବଡିଆଁରେ ସଭ୍ୟାସିନି ଛତ୍ରିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସଙ୍ଗୀତ ଶିକ୍ଷକ ଶିବ ପ୍ରସାଦ ସାହୁ, ସୁରେଶ ମହାକୁର ଏବଂ ନିବେଦିତା ସାମଲଙ୍କ ନେତୃତ୍ୱରେ ପ୍ରଥମ ସ୍ଥାନରେ ଉତ୍ତିନ ପ୍ରତିଯୋଗୀ ଆସନ୍ତା ନଭେମ୍ବର ୧୪ତାରିଖ ଶିଶୁ ଦିବସ ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.

11 + nineteen =