csstore

ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜିକୁ ହରାଇ ଗଞ୍ଜିଆପଡା ଚାମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୂର୍ଷାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗଞ୍ଜିଆପଡା ଗାଁରେ ଚାଲିଥିବା ବୁଢ଼ାରଜା ଫୁଟବଲ ଟୁର୍ଣ୍ଟାମେଣ୍ଟ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କଣ୍ଟାବାଞ୍ଜି ଦଳ ଓ ଗଞ୍ଜିଆପଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ଥିଲା । ଖେଳ ସରିବା ପର୍ଯ୍ୟନ୍ତ କୋୖଣସି ଦଳ ଗୋଲ କରି ପାରିଲେ ନାହିଁ ତେଣୁ ପେନାଲଟିକ ଖେଳିବା ପାଇଁ ସ୍ଥିରକୃତ କରାଯାଇଥିଲା । ଶେଷରେ କଣ୍ଟାବାଞ୍ଜିକୁ ପରାସ୍ତ କରି ଗଞ୍ଜିଆପଡା ଚାମ୍ପିୟାନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଚେୟାରମେନଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, କଣ୍ଟାବାଂଜିର ଓକିଲ ବିଟୁ ଶର୍ମା, ଭୂର୍ଷାଗୁଡ଼ା ସମିତି ସଭ୍ୟ ଦ୍ରୌପଦ ବାରିକ, ଗନ୍ଧର୍ଲା ସମିତି ସଭ୍ୟ କୁରୁକେତ୍ର ଭୋଇ, ଅବସରପ୍ରାପ୍ତ ଶିକ୍ଷକ ନିଳକଣ୍ଠ ତ୍ରିପାଠୀ, ଧନୁ ଥନାପତି, ରାଜୀବ ସାହୁ, ପ୍ରସନ୍ନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଆୟୋଜକ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.