om academy

ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ ସୁନ୍ଦରଗଡ ଶାଖାର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ, ସୁନ୍ଦରଗଡ ଶାଖା ତରଫରୁ ଏକ ଆଲୋଚନାଚକ୍ର ଏବଂ ସମ୍ବର୍ଦ୍ଧନା ସଭା କୋଏଲନଗର ଏ ବ୍ଲକ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସୁନ୍ଦରଗଡ ଶାଖା ସଭାପତି କନକଲତା ମିଶ୍ରଙ୍କ ସଭାପତିତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମୁଖ୍ୟ ସଂଯୋଜକ ସୁଶାନ୍ତ କୁମାର ସାବତ ଉଦ୍‌ଘାଟକ, ମୁଖ୍ୟ ଅତିଥି ଭାବେ ସ୍ୱସ୍ତିକ ଇଂଞ୍ଜିନିୟରିଂର ମୁଖ୍ୟ ଗୋପୀନାଥ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ନମିତା ରାଉତ, ଡ. ପ୍ରଭାତ କୁମାର ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ମୀନତି ଦେବତା, ରାଧାକୃଷ୍ଣ ମହାପାତ୍ର, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଆର୍ତ୍ତତ୍ରାଣ ମହାପାତ୍ର ଓ ସମ୍ମାନିତ ବକ୍ତା ଭାବେ ଗୋପାଳ ଲେଙ୍କା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନାଚକ୍ରରେ ଓଡିଶା ତଥା ସୁନ୍ଦରଗଡ ଜିଲ୍ଲାର ସାମୁହିକ ବିକାଶ, ଓଡିଶା ଗଠନରେ ନାରୀ ଜାତିର ଭୂମିକା ଓ ଓଡିଆ ଭାଷା ଓ ଜାତିର ବିକାଶ ସଂପର୍କରେ ଆଲୋଚନା କରି ଅତିଥିମାନେ କହିଲେ ଯେ, ସ୍ୱାଭିମାନ ରହୁ, ଅସ୍ମିତା ନଷ୍ଟ ନହେଉ । ଭାଷା, ଭୂଖଣ୍ଡ, ଐତିହ୍ୟ ଓ ସଂସ୍କୃତିକୁ ନେଇ ଗଢିଉଠେ ସ୍ୱାଭିମାନ । ଏହା ସହ ଭାଷା ବ୍ୟବହାର ଓ ଭାଷା ରୋଜଗାରକ୍ଷମ କରାଇପାରିଲେ ତାହା ଗ୍ରହଣୀୟ ହୋଇପାରନ୍ତା ବୋଲି ଅତିଥିମାନେ ମତ ରଖିଥିଲେ । ଏହି ଅବସରରେ କବି ସସ୍ମିତା ପ୍ରଧାନ, କଲ୍ୟାଣୀ ମହାନ୍ତି, ମାନସୀ ଦେ, ଗୌତମ ଦାସ, ସୁଶାନ୍ତ ନାୟକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଅନୁଷ୍ଠାନ ତରଫରୁ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଜଗନ୍ନାଥ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ପଦ୍ମାରାଣୀ ବେହେରା, ଲିପ୍ସା ଦାସ, ସସ୍ମିତା ବେକ୍, ଗଜେନ୍ଦ୍ର ମୁର୍ମୁ, ଅଜିତ କର, ଅନୁଷ୍କା ଧର, ସ୍ମୃତିରେଖା ଜେନା, ପ୍ରିତୀ ଏକ୍କା, ହର୍ଷିତା ଡାଙ୍ଗ, ଜୟନ୍ତୀ ସାହୁ, ଅଞ୍ଜଳି ଲାକ୍ରା, ମହିମା ମିଞ୍ଜ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, ସଂଗଠକ ଓ ଭାଷାପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.