om academy

କୋଶଳ କଳା ମଣ୍ଡଳରେ ଆରମ୍ଭ ହେଲା ସର୍ବଭାରତୀୟ ମଠଖାଇ ମହୋତ୍ସବ : ପ୍ରଦର୍ଶିତ ହେଲା ହିନ୍ଦୀ ନାଟକ ‘କୋର୍ଟ ମାର୍ଶଲ’

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଆରମ୍ଭ ହୋଇଯାଇଛି ସର୍ବଭାରତୀୟ ମଠଖାଇ ମହୋତ୍ସବ । ଏହାର ପ୍ରଥମ ସଂଧ୍ୟାରେ ମଂଚ ମଣ୍ଡନ କରିଛନ୍ତି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି, ବରିଷ୍ଠ ସାମ୍ବାଦିକ ଅଖିଳ ହୋତା ଓ ଭୂମିକାର ଅଧ୍ୟକ୍ଷ ବ୍ୟାସଦେବ ନନ୍ଦ । ଏହି ଅବସରରେ ମଠଖାଇ ମହୋତ୍ସବର ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଆଜିର ସଂଧ୍ୟାରେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଯୁବ ଲେଖକ ଡ. ଚନ୍ଦ୍ରଶେଖର ହୋତାଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଆଜିର ମଂଚକୁ ସ୍ୱର୍ଗତ ପ୍ରଦୀପ ଭୋଳଙ୍କ ନାମରେ ସମର୍ପଣ କରାଯାଇଛି । ସାଧାରଣ ସଭା ପୂର୍ବରୁ ଢୋଲମହୁରୀ କଳା ପରିଷଦର କଳାକାରମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ‘ବଜାଶାଲ’ । ସଭା ପରେ ପରେ ଝାରଖଣ୍ଡ ରାଂଚିର ଏକ୍ସପୋଜର୍‌ ଅନୁଷ୍ଠାନ ଦ୍ୱାରା ଅଭିନୀତ ହିନ୍ଦୀ ନାଟକ ‘କୋର୍ଟ ମାର୍ଶଲ’ ପ୍ରଦର୍ଶିତ ହୋଇଛି । ନାଟ୍ୟକାର ସ୍ୱଦେଶ ଦୀପକଙ୍କ ରଚିତ ତଥା ନିର୍ଦ୍ଦେଶକ ସଂଜୟ ଲାଲଙ୍କ ନିର୍ଦ୍ଦେଶିତ ଏହି ନାଟକ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିବା କୁହାଯାଇଛି ।

Leave A Reply

Your email address will not be published.