ଦିବ୍ୟାଙ୍ଗ ଦିବସ ରେ ଦିବ୍ୟାଙ୍ଗ ମାନେ ଉପେକ୍ଷିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଡିସେମ୍ବର ୩ ତାରିଖକୁ ବିଶ୍ଵ ଦିବ୍ୟାଙ୍ଗ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଦିବ୍ୟାଙ୍ଗମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ଜଣାଇବା କଥା । କିନ୍ତୁ ବରଗଡ଼ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶାରାରିକ ଅକ୍ଷମ ସାର୍ଟିଫିକେଟ ତିଆରି ପାଇଁ ଜିଲ୍ଳାକୁ ଆସୁଥିବା କୁନି କୁନି ଦିବ୍ୟାଙ୍ଗ ମାନେ ଏବେ ନିରାଶ ହୋଇ ଘରକୁ ଫେରୁଛନ୍ତି । କରୋନା କଟକଣା ଯୋଗୁଁ କେବଳ ଆଶ୍ୱାସନା ଦେଇ ଅଧିକାରୀ ମାନେ ଲେଉଟାଇ ଦେଉଛନ୍ତି । ଏପରିକି କିଛି ଦିବ୍ୟାଙ୍ଗ ପିଲାଙ୍କ ସାର୍ଟିଫିକେଟ ନହେବା କାରଣରୁ ସର୍ବ ଭାରତୀୟ ଶିକ୍ଷା ଅନୁଷ୍ଠାନ ନବୋଦୟ ବିଦ୍ୟାଳୟରେ ପାଠ ପଢିବାରୁ ବଂଚିତ ହେଉଛିନ୍ତି । କିଶୋର ବଡ଼ଗଛିଆ ପଦ୍ମପୁର ଖୁଂଟପାଲି ଗାଁର ତାଙ୍କ କୁନି ପୁଅର ସାର୍ଟିଫିକେଟ ପାଇଁ ଦୌଡି ଦୌଦି ହଇରାଣ ହେଉଥିବା କହନ୍ତି । ସେହିପରି ଅତାବିରା ପରମାନପୁରରୁ ଆସିଥିବା କୁନ୍ତୀ ଭୁଏ ମଧ୍ୟ୍ୟ ପ୍ରତ୍ୟେକ ମାସ ଦୌଡି ହଇରାଣ ହୋଉଥିବା ଅଭିଯୋଗ କରନ୍ତି । ଏହି ଦିବ୍ୟାଙ୍ଗମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ପ୍ରଶାସନ ଦେବା ପରିବର୍ତ୍ତେ ଅଣଦେଖା କରୁଥିବା ଅଭିଯୋଗ କରନ୍ତି ସମାଜସେବୀ ଶିବାନନ୍ଦ ମଟାରୀ ।

Leave A Reply

Your email address will not be published.