ଦୈନିକ ନୂଆ ମାମଲା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଯୋଗୁ ଦେଶରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ଧାରା ବଜାୟ ରହିଛି

● ମୋଟ ଆକ୍ରାନ୍ତ ମାମଲାର ୪.୫% ତଳକୁ ଖସିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଭାରତରେ ଗତ ୨୪ ଘଣ୍ଟାରେ ୩୫,୫୫୧ ନୂଆ ମାମଲା ସାମନାକୁ ଆସିଥିବା ବେଳେ ୪୦,୭୨୬ ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ସକ୍ରିୟ ରୋଗୀ ସଂଖ୍ୟା ଗୋଟିଏ ଦିନରେ ୫,୭୦୧ ହ୍ରାସ ପାଇଛି ।
ବିଗତ ୬ ଦିନ ହେଲା ଲଗାତର ଭାବେ ଦୈନିକ ନୂଆ ମାମଲା ତୁଳନାରେ ଦୈନିକ ସୁସ୍ଥ ରୋଗୀ ସଂଖ୍ୟା ଅଧିକ ହେବାରେ ଲାଗିଛି ।
ଭାରତର ସକ୍ରିୟ କରୋନା ରୋଗୀ ଆଜିକା ଦିନରେ ମୋଟ ଆକ୍ରାନ୍ତଙ୍କର ୪.୫% ତଳେ ରହିଛି ।
ଦୈନିକ ନୂଆ ମାମଲାଠାରୁ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଧାରା ଜାରି ରହିଥିବାରୁ ଭାରତର ସକ୍ରିୟ ରୋଗୀ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାକୁ ଲାଗିଛି । ଭାରତରେ ଏବେ ସକ୍ରିୟ ରୋଗୀ ସଂଖ୍ୟା ୪,୨୨,୯୪୩କୁ ହ୍ରାସ ପାଇଛି, ଯାହା କି ଦେଶର ମୋଟ ଆକ୍ରାନ୍ତ ମାମଲାର ୪.୪୪% ।
ନୂଆ ମାମଲା ଠାରୁ ନୂଆ ସୁସ୍ଥ ସଂଖ୍ୟା ଅଧିକ ହେବା ଫଳରେ ଆଜି ମୋଟାମୋଟି ଆରୋଗ୍ୟ ହାର ୯୪.୧୧%କୁ ହ୍ରାସ ପାଇଛି । ବର୍ତ୍ତମାନ ମୋଟ ସୁସ୍ଥ ରୋଗୀ ସଂଖ୍ୟା ୮୯,୭୩,୩୭୩କୁ ବୃଦ୍ଧି ପାଇଛି । ସୁସ୍ଥ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏବେ ଏହା ୮୫,୫୦,୪୩୦ ରହିଛି ।
ଦେଶରେ ଦୈନିକ ନୂଆ ଆରୋଗ୍ୟ ମାମଲାରୁ ୭୭.୬୪% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି ।
କେରଳରେ ଦିନକରେ ସର୍ବାଧିକ ୫,୯୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ୫,୩୨୯ ଜଣ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରେ ୩,୭୯୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ନୂଆ ମାମଲାରେ ୭୫.୫% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।
ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୬,୩୧୬ ମାମଲା ଚିହ୍ନଟ କରାଯାଇଛି । ଦିଲ୍ଲୀରେ ୩,୯୪୪ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ ୩,୩୫୦ ନୂଆ ମାମଲା ଚିହ୍ନଟ କରାଯାଇଛି ।
ଦେଶରେ ଦିନକରେ ୫୨୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରୁ ୭୯.୨୮% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।
ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ସର୍ବାଧିକ ୧୧୧ ଜଣଙ୍କ ମୃତ୍ୟୁ ଘଟିଛି, ଯାହା ମୋଟ ଦୈନିକ ମୃତ୍ୟୁର ୨୧.୧୦% । ଦିଲ୍ଲୀରେ ଦିନକରେ ୮୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ ୫୧ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.