oom

କୋଭିଡ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ

jsmm

ବରଗଡ଼, (ସତ୍ୟନାରାୟଣ ପଧାନ) : ନିଷ୍ଠାପର କୋଭିଡ ଡ୍ୟୁଟି କରି ଶେଷରେ କୋଭିଡ ସପ୍ସକ୍ରମଣରେ ମୃତ୍ୟୁବରଣ କରିଥିବା ପୋଲିସ ଏଏସଆଇ ମୋନୋଜ ହୋତାଙ୍କ ଧର୍ମ ପତ୍ନୀଙ୍କୁ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ୫୦ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରିଥିଲେ। ସରକାରଙ୍କ ଘୋଷଣା ମୁତାବକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଟଙ୍କା ଚେକ୍‌ ଜରିଆରେ ସ୍ବର୍ଗତ ହୋତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ରଶ୍ମିତା ହୋତା ଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଉକ୍ତ ଅର୍ଥରାଶି ଗ୍ରହଣ ସମୟରେ ଏସ୍‌ପି ପଦ୍ମିନୀ ସାହୁ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.