ଗୋଡଭଗା ଛକରୁ ଅଚେତ ଅବସ୍ଥାରେ ପଡିଥିବା ବୃଦ୍ଧା ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ଗୋଡଭଗା ଛକରେ ଦୀର୍ଘ ତିନି ଚାରି ଦିନ ହେବ ଜଣେ ଅଜଣା ବୃଦ୍ଧା ପଡି ରହିଥିଲେ । ତାଙ୍କ ବୟସ ପାଖାପାଖି ୬୦ବର୍ଷ ହେବ । ଆଜି ତାଙ୍କୁ ଅଚେତ ଅବସ୍ଥାରେ ଛକରେ ପଡିଥିବା ଦେଖି ସ୍ଥାନୀୟ ସମାଜସେବୀ ପ୍ରେମରାଜ ପ୍ରଧାନ ନିଷ୍ଠା ପରିବାରକୁ ଖବର ଦେଇଥିଲେ । ସ୍ଥାନୀୟ ବାସିନ୍ଦା ଓ ଶ୍ରୀ ପ୍ରଧାନଙ୍କ ସହଯୋଗରେ ନିଷ୍ଠା ପରିବାରର ତତ୍ବାବଧାନରେ ତାଙ୍କୁ ଆମ୍‌ବୁଲାନ୍‌ସ୍‌ ଯୋଗେ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ପ୍ରାଥମିକ ଚିକିତ୍ସା ପାଇଁ ଅଣା ଯାଇଥିଲା । ସହଯୋଗ କରିଥିବା ସମସ୍ତଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଜଣାଯାଇଛି । ଯଦି କେହି ତାଙ୍କୁ ଜାଣିଛନ୍ତି, ସଂପାଦକ : ନିଷ୍ଠା ପରିବାର, ମୋ.ନଂ.୯୯୩୭୧୭୪୩୩୨ରେ ଜଣାଇବାକୁ ବିନମ୍ର ନିବେଦନ କରିଛି ନିଷ୍ଠା ପରିବାର ।

Leave A Reply

Your email address will not be published.