csstore

ଘାସି ଜୈନ ହେଲେ ଭାଜପା ରାଜ୍ୟ ଉପସଭାପତି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ବରିଷ୍ଠ ଭାଜପା କର୍ମୀ ତଥା ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ପୂର୍ବତନ ନୋମିନି ଘାସିରାମ ଜୈନଙ୍କୁ ରାଜ୍ୟ ଭାଜପା ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଜୈନ ଜଣେ ଦଳର କର୍ମଠ କର୍ମୀଭାବେ ପରିଚିତ । ଶ୍ରୀ ଜୈନଙ୍କୁ ଉପସଭାପତି ଭାବେ ନିଯୁକ୍ତି ପରେ ତାଙ୍କ ସମର୍ଥକମାନେ ଶୁଭେଛା ଜଣାଇବା ସହ ଦଳକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ଶ୍ରୀ ଜୈନଙ୍କ ନିଯୁକ୍ତିରେ ବିଧାୟକ ଲକ୍ଷ୍ମଣ ବାଗ, ବରିଷ୍ଠ ଭାଜପା ନେତା ତଥା ରାଜ୍ୟ ଉପସଭାପତି ଶିବାଜି ମହାନ୍ତି ବେଦବ୍ୟାସ ନାଗ, ପ୍ରଦୀପ ବାଗ, ଅର୍ଜୁନ ୟାଦବ, ରାଜୁ ଶର୍ମା, ବ୍ରଜଶ୍ୟାମ ଗୁରୁ, ନୂଆଖାଉ ରଣା, ଅଜିତ କଠାର, ପିଙ୍କୁ ଘିଭେଲା, ପିୟୁଷ ଜୈନ, ରାଜେଶ ସାଗର ଶୁଭେଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.