csstore

ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବ୍ରାହ୍ମଣ ମହାସଭାର ବୈଠକରେ ନବ ନିର୍ବାଚିତ ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରିପାଠୀ, ସଂପାଦକ ସୁରେଶ ମିଶ୍ର, କୋଷାଧ୍ୟକ୍ଷ ସୁବ୍ରତ ରଂଜନ ମିଶ୍ର ଏବଂ ଜିଲ୍ଲା ଆଇନଜୀବୀ ସଂଘର ସଭାପତି ବାସୁଦେବ ରଥ, ଉପ-ସଭାପତି ଚିନ୍ମୟ ମିଶ୍ର, ସାଧାରଣ ସଂପାଦକ ଅସୀତ ଷଡଙ୍ଗୀ, କୋଷାଧ୍ୟକ୍ଷ ଶିବଦତ୍ତ ଦ୍ୱିବେଦୀ, ସହ-ସଂପାଦକ ସୁଜାତାରାନୀ ମିଶ୍ରଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପର୍ଶୁରାମ ବାହିନୀର ନବ ନିର୍ବାଚିତ ସଭାପତି ବିଧୁଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଆଗାମୀ ଅପ୍ରେଲ ୧୯ ତାରିଖ ଦିନ ପାଳନ ହେବାକୁ ଥିବା ଭଗବାନ ପର୍ଶୁରାମ ଜନ୍ମୋତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା । ପର୍ଶୁରାମ ଛକରେ ଏକ ବ୍ରୋଞ୍ଚ ଧାତୁରେ ନିର୍ମିତ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ଏହିଦିନ ଅନାବରଣ କରାଯିବା ସହ ପୂଜା ଓ ଯଜ୍ଞ ଯଥାବିଧି କରାଯିବା ପାଇଁ ସନ୍ଧ୍ୟାରେ ଏକ ଆଧ୍ୟାତ୍ମିକ ଭବ୍ୟ ଶୋଭାଯାତ୍ରା କରାଯିବ ବୋଲି ବୈଠକରେ ସର୍ବ ସମ୍ମତି ପ୍ରକାଶ ପାଇଥିଲା । ବଲାଙ୍ଗିର ଜିଲ୍ଲାର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ସରକାରୀ ଅଧିକାରୀ, ପୂର୍ବତନ ବିଧାୟକ, ସାଂସଦ ତଥା ବିଶିଷ୍ଠ ବ୍ୟକ୍ତି ବିଶେଷ ତଥା ସମସ୍ତ ବର୍ଗର ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀ ଏବଂ ସାଧାରଣ ସଂପାଦକ ତଥା ପର୍ଶୁରାମ ବାହିନୀର ରାଜ୍ୟ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପରାମର୍ଶ ଦେବା ସହ ଜିଲ୍ଲା ବ୍ରାହ୍ମଣ ମହାସଭା ସମସ୍ତ ପ୍ରକାର ସାହାଯ୍ୟ ଓ ସମର୍ଥନ ଯୋଗାଇ ଦେବ ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ବରିଷ୍ଠ ଉପଦେଷ୍ଟା ଶିବ ଶଙ୍କର ଖୁଆସ, ଆଇନଜୀବୀ ଜୟରାମ ମିଶ୍ର, ଲୋକନାଥ ନେପାକ, ଉପସଭାପତି କିଶୋର ପୁରୋହିତ, ରାଜଶ୍ରୀ ତ୍ରିପାଠୀ, ସହସଂପାଦକ ସଂକୀର୍ତ୍ତନ ତ୍ରିପାଠୀ, କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ନଗର ସଭାପତି ରାକେଶ ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ତ୍ରିପାଠୀ, ଜଗଦିଶ ନାଥ, ଗିରିଶ ପଣ୍ଡା, ଶିବ ନାରାୟଣ ରଥ, ନିହାରିକା ମିଶ୍ର, ସୁଧିର ତ୍ରିପାଠୀ, ଦିବାକର ହୋତା, ସାଗରିକା ଗୁରୁ, ପଣ୍ଡିତ ହଜାରି ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିଷ ରଂଜନ ମିଶ୍ର, ଅଶୋକ ତ୍ରିପାଠୀ, ଉତ୍ତମ ନନ୍ଦ, ପ୍ରମିଳା ମିଶ୍ର, ସଂଯୁକ୍ତା ମହାପାତ୍ର, ଗୋବିନ୍ଦ ଶତପଥି, ଚର୍ଚ୍ଚିତ ମିଶ୍ର, ରାଜା ପଣ୍ଡା, ସିଦ୍ଧାନ୍ତ ମିଶ୍ର, ସୋମେଶ ମିଶ୍ର, ତୀର୍ଥ ମିଶ୍ରଙ୍କ ସମେତ ଶତାଧିକ ବ୍ୟକ୍ତି ବିଶେଷ ଏହି ବୈଠକରେ ଯୋଗ ଦେଇଥିଲେ । ପର୍ଶୁରାମ ବାହାିନୀର ସାଧାରଣ ସଂପାଦକ ସୁରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.