csstore

କଣ୍ଟାବାଞ୍ଜି ବିଧାୟକ ହେଲେ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

  • କଣ୍ଟାବାଞ୍ଜିରେ ଭବ୍ୟ ସ୍ୱାଗତ, ହଜାର ହଜାର ସଂଖ୍ୟାରେ ବାଇକ୍‌ ରାଲି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଓଡିଶା ସରକାରଙ୍କ ପ୍ରତ୍ୟେକ ଜିଲ୍ଲା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ମିଳିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ବଲାଙ୍ଗିର ଜିଲ୍ଲାର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ବାଗ ଗୁରୁବାର ସନ୍ଧ୍ୟାରେ ପହଂଚିବା ପରେ କଣ୍ଟାବାଞ୍ଜି ଉପକଣ୍ଠସ୍ଥ କୁର୍ଲି ଗ୍ରାମ ନିକଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍‌ ସହ କଣ୍ଟାବାଞ୍ଜି ଏନ.ଏ.ସି.ର ଭାଜପା କର୍ମକର୍ତ୍ତା, ବିଭିନ୍ନ ମଣ୍ଡଳର କର୍ମକର୍ତ୍ତା ସହସାମାଜିକ କର୍ମୀମାନେ ଏକ ବାଇକ୍‌ ରାଲିରେ ନଗର ପରିକ୍ରମା କରିଥିଲେ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଭାବେ ନିଯୁକ୍ତି ମିଳିବା ପରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳିର ଉନ୍ନତି ପାଇଁ ବିଧାୟକ ଶ୍ରୀ ବାଗ ଗୁରୁତ୍ୱ ଦେବେ ବୋଲି ନିଜର ମତ ଦେଇଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ବରିଷ୍ଠ ଭାଜପା ନେତା ତଥା ରାଜ୍ୟ ଉପସଭାପତି ଶିବାଜି ମହାନ୍ତି, ଘାସିରାମ ଜୈନ, ଅର୍ଜନ ୟାଦବ, ଗଙ୍ଗାଧର ହେର୍ଣ୍ଣା, ଜିଲ୍ଲା ସରପଂଚ ସଂଘ ସଭାପତି ତଥା ତୁରେକେଲା ସରପଂଚ ଜଳନ୍ଧର ମହାକୁଡ, ସାଂସଦ ପ୍ରତିନିଧି ଅକ୍ଷୟ ମେହେର ସହ ହଜାର ସଂଖ୍ୟାରେ ସମର୍ଥକମାନେ ସାମିଲ ଥିଲେ । ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏସ.ଡି.ପି.ଓ. ଲକ୍ଷ୍ମୀନାରାୟଣ ମାରାଣ୍ଡି, ଆଇ.ଆଇ.ସି. ଗୋପାଳ ଚନ୍ଦ୍ରକର୍ଣ୍ଣ ସହ ପୋଲିସ ଫୋର୍ସ ମୁତୟନ ଥିଲେ ।

jayashree
Leave A Reply

Your email address will not be published.