pakka

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

bbehera

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ଥିବା ପଦବୀ ପୂରଣ ପାଇଁ ଏହି ଉପନିର୍ବାଚନ ହେବ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ଇସ୍ତଫା ଦେଇଥିଲେ ସୁବାସ । ଉପନିର୍ବାଚନରେ ନିର୍ବାଚିତ ସଦସ୍ୟ ୨୦୨୬ ଏପ୍ରିଲ୍ ଯାଏଁ ରହିବେ । ଉପନିର୍ବାଚନ ପାଇଁ ମେ ୨୬ ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ସେହିପରି ଜୁନ୍ ୩ରେ ନାମାଙ୍କନ ପତ୍ର ଯାଞ୍ଚ୍ ହେବ । ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଆବଶ୍ୟକ ହେଲେ ଜୁନ୍ ୧୩ରେ ଭୋଟ୍ ଗ୍ରହଣ ହେବ । ଜୁନ୍ ୧୩ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ଜୁନ୍ ୧୩ ତାରିଖ ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ ।

Leave A Reply

Your email address will not be published.

eleven − eight =