pakka

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

bbehera

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ୩୯ ସମୟରେ ଚାଙ୍ଗଲାଙ୍ଗ ଜିଲ୍ଲାରୁ ପ୍ରାୟ ୨୨୨ କିଲୋମିଟର ଦୂରରେ ଭୂକମ୍ପ କେନ୍ଦ୍ରିଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା ୪.୨ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଅନ୍ୟପଟେ ଅରୁଣାଚଳ ପ୍ରଦେଶ ପୂର୍ବରୁ ଶୁକ୍ରବାର ସକାଳେ ହିମାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେଠାରେ ରିକ୍ଟର ସ୍କେଲରେ ୩.୫ ତ୍ରୀବତା ରେକର୍ଡ କରାଯାଇଥିଲା । ଧର୍ମଶାଳା ଠାରୁ ୫୭ କିଲୋମିଟର ଉତ୍ତର-ପଶ୍ଚିମରେ ଭୂକମ୍ପ କେନ୍ଦ୍ର ରହିଥିଲା । ଭୂକମ୍ପ ତ୍ରୀବତା କମ୍ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବା ସୂନନା ମିଳିନାହିଁ ।

Leave A Reply

Your email address will not be published.

four × 5 =