pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

ମହାରାଜଗଞ୍ଜ : ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଫରେଦା ବାଇପାସ୍‌ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାଘଟିଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ, ଫରେଦା ଥାନା ଅନ୍ତର୍ଗତ ସୋନୋଲି-ଗୋରଖପୁର ଜାତୀୟ ରାଜପଥରେ ଏକ ଦୃତଗତିରେ ଆସୁଥିବା ଟ୍ରକ୍ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଢାବା ଭିତରେ ପଶି ଯାଇଥିଲା । ଏହି ସମୟରେ ଟ୍ରକ୍‌ ଚାପାରେ ୩ ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ମୃତକଙ୍କ ପରିଚୟ ଅଭିଷେକ(୩୪), ରାମ କୁମାର ସାହାନି(୪୪) ଓ ଅନୁଜ ଯାଦବ(୨୨) ବୋଲି ଜଣାପଡିଛି । ସେଭଳି ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

nine − eight =