pakka

ଅଧିକ ନିଶା ଥିବା କଫ୍‌ ସିରପ୍‌ ପେଟି ଜବତ ସହ ଜଣେ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚୋରାଚାଲାଣ ହେଉଥିବା ବେଳେ ଅଧିକ ନିଶା ଥିବା ୪ ପେଟି କଫ ସିରପ୍ ଏସଟିଏଫ୍‌ ଓ ଭରତପୁର ଥାନା ପୁଲିସ ଜବତ କରିଥିବା ଜଣାପଡିଛି । । ଏହି ମାମଲାରେ ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ପୋଖରୀପୁଟ ଠାରେ ଥିବା ପଦ୍ମନାଭ ବେହେରା ନାମକ ଜଣେ ଯୁବକଙ୍କ ଘରେ ଚଢ଼ାଉ କରିଥିଲା ଏସ୍‌ଟିଏଫ୍‌ ଓ ଭରତପୁର ଥାନା ପୁଲିସ । ସେଠାରୁ ୪ଟି ପେଟି କଫ୍‌ ସିରପ୍‌ ଜବତ କରିଛି ପୁଲିସ । କଫ୍‌ ସିରପ୍‌ରେ କୋଡାଇନ୍ ଫସଫେଟ୍ ଓ କ୍ଲୋରୋଫୋନିମେନ୍‌ର ମାତ୍ରା ଅଧିକ ଥିବା ସୂଚନା ମିଳିଛି । ଅଧିକ ଯାଞ୍ଚ ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

3 + seventeen =