pakka

ପାଣିରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

bbehera

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନସ୍ଥ ବିପୁଲିଙ୍ଗି ଗ୍ରାମରେ ପୋଖରୀରେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ଛାତ୍ର ଜଣଙ୍କ ପାଣିରେ ବୁଡ଼ି ଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ଛତ୍ରପୁର ଥାନା ଅଧିନ ବିପୁଲିଙ୍ଗି ଗ୍ରାମର ରୋଷନ ମହାରଣା ଆଜି ସ୍କୁଲରୁ ଫେରି ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ପୋଖରୀରେ ଗୋଡ଼ ଖସିଯିବାରୁ ରୋଷନ ପାଣିରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରୋଷନଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

3 × four =