csstore

ଦେଓଗାଁ ସେବାଶ୍ରମ ଅନ୍ତେବାସୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକରଣ ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତସି ସେବାଶ୍ରମ ଓ ଜିଲ୍ଲା ସ୍ଥିତ ଆଦ୍ରୁତ ଶିଶୁ ଗୃହର ଅନ୍ତୋବାସୀଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟର ଅଭିବୃଦ୍ଧି ସକାଶେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କ ଉପସ୍ଥିତରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନୁଯାୟୀ ଉପକରଣ ଦେଓଗାଁ ସେବାଶ୍ରମକୁ ପ୍ରଦାନ କରାଯାଇଥିଲା । ତେବେ ଅନଲାଇନ କ୍ଳାସ ପାଇଁ ଟାବେଲେଟ ସମେତ ଅକ୍ସି ମିଟର, ମାସ୍କ ଓ ସାନିଟାଇଜର ଉକ୍ତ ଗୁରୁକୁଳ ସପ୍ତସି ସେବାଶ୍ରମ ସଞ୍ଚାଳକ ସହଦେବ ଶାସ୍ତ୍ରୀ ଓ ଆଦ୍ରୁତ ଶିଶୁ ଗୃହ ବଲାଙ୍ଗିରର ଅଧ୍ୟକ୍ଷ ବିଘ୍ନ ରାଜ ବନଛୋରଙ୍କ ଉପସ୍ଥିତରେ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରିଥିଲେ ।ତେବେ ଏଥିରେ ସାମାଜିକ କର୍ମି ଅରୁଣ କୁମାର ଖୁଆସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲଷ୍ମୀ ସିଂ, ସୁରକ୍ଷା ଅଧିକାରୀ ଚୁଡାମଣି ପଣ୍ଡା, ସୁଧାଂଶୁ ଶେଖର କୁମ୍ଭାର ପ୍ରମୁଖଙ୍କ ଉପସ୍ଥିତରେ ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.