csstore

କେନ୍ଦୁମୁଣ୍ଡା ଜଙ୍ଗଲରେ ଶିକାରୀ ଧରାପଡିଲା

ଢେଙ୍କାନାଳ : ମହାବିରୋଡ଼ ରେଞ୍ଜ ଅଧିନ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମ୍ୟ ଜଙ୍ଗଲକୁ ଶିକାର କରିବା ଉଦ୍ଧେଶ୍ୟରେ ଯାଇଥିବା ଶିକାରୀ ବନ୍ଧୁକ ସହିତ ମହାବିରୋଡ଼ ବନବିଭାଗ ହାତରେ ଧରାପଡିଲେ ।ମହାବିରୋଡ଼ ରେଞ୍ଜ ଅଧିକାରୀ ହରମୋହନ ନାୟକଙ୍କ ନେତୃତ୍ୱରେ ବନ ବିଭାଗ ତରଫରୁ ପେଟ୍ରୋଲିଙ୍ଗ କରୁଥିଲା ସମୟରେ କେନ୍ଦୁମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଶିକାର କରିବାକୁ ଆସିଥିବା ପଙ୍ଗାତିରା ଗ୍ରାମ ଝୁଲାଖୁଣ୍ଟିଆ ସାହିର ବାଙ୍କନିଧି ସାହୁଙ୍କୁ ବନ୍ଧୁକ ସହିତ ଧରି ମହାବିରୋଡ଼ ରେଞ୍ଜକୁ ଆଣିଥିଲେ । ବନ୍ୟଜନ୍ତୁ ଆଇନ ଅନୁସାରେ ଆସନ୍ତାକାଲି ପରଜଙ୍ଗ କୋର୍ଟ ଚାଲଣ କରାଯିବ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.