csstore

ବାତ୍ୟା ପ୍ରଭାବିତ ଅସହାୟଙ୍କୁ ପଣ୍ଡାପଡ଼ା ମଣ୍ଡଳ ବିଜେପି ପକ୍ଷରୁ ସହାୟତା

କେନ୍ଦୁଝର : ୟାସ ବାତ୍ୟା ପ୍ରଭାବିତ ଘଟଗାଁ ବ୍ଲକ ପଣ୍ଡାପଡା ମଣ୍ଡଳର ବିନିଦା, ପଣ୍ଡାପଡା ଏବଂ ପୁରୁମୁଣ୍ଡା ପଞ୍ଚାୟତର ଲୋକ ମାନଙ୍କୁ ବିଜେପି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ୟାସ ବାତ୍ୟା ପ୍ରଭାବିତ ପାନ ମୁଣ୍ଡା, ମହର୍ଗୀ ନାଏକ, ପିତାମ୍ବର ନାଏକ, ନରୁତମ ନାଏକ, ଅମିନ ନାଏକ, ଦରିଆ ନାଏକ, ଶଶୀ ନାଏକ, ପ୍ରମିଳା ନାଏକ, ଲବଣି ନାଏକ, ମିନତୀ ନାଏକ ଏବଂ ଅନ୍ୟ ମାନଙ୍କୁ ବିଜେପି ପକ୍ଷରୁ ଜରି ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ସମସ୍ତଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନା ସମ୍ପର୍କରେ ସାମାନ୍ୟ ଲକ୍ଷଣ ଦେଖାଦେଲେ ଆଦୌ ଅବହେଳା ନ କରି ଡ଼ାକ୍ତରଙ୍କ ସହ ପରାମର୍ଶ କରି ଔଷଦ ସେବନ କରିବା ପାଇଁ ସଚେତନତା କରିଛନ୍ତି । ବାତ୍ୟା ପ୍ରଭାବିତଙ୍କ ଘରକୁ ଘର ବୁଲି ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ଜିଲ୍ଲା କାର୍ଯ୍ୟାଳୟ ସହ ସମ୍ପାଦକ ଜୟଦେବ ଗିରିଙ୍କ ସହ ପଣ୍ଡାପଡା ମଣ୍ଡଳ ସାଧାରଣ ସମ୍ପାଦକ ଅମିତ ପ୍ରସାଦ, ମଣ୍ଡଳ ଉପସଭାପତି ମନୋରଞ୍ଜନ ମହାନ୍ତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ସନ୍ତୋଶିନୀ ମୋଦି, ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ରଣା, ପରମା ନାଏକ, ଲକ୍ଷ୍ମଣ ସିଂହ ପ୍ରମୁଖ ବାତ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେଇଛନ୍ତି ।

jayashree
Leave A Reply

Your email address will not be published.