csstore

ଗଞ୍ଜାମ ମନ୍ଦିର ଉନ୍ନତିକରଣ ପାଇଁ ଯୁବ ବିଜେଡି ପ୍ରତିନିଧି ଦଳ ଭେଟିବେ ୫ଟି ସଚିବଙ୍କୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରକୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ । ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ମନ୍ଦିର ଗୁଡିକ ଦୀର୍ଘ ବର୍ଷ ଧରି ଭଗ୍ନ ଅବସ୍ଥାରେ ରହିଅଛି । ମରାମତି ନ ହୋଇ ଅବହେଳିତ ହୋଇ ପଡ଼ିରହିଛି । ବିଶେଷ କରି ବଡ଼ ବଜାରଠାରେ ଥିବା ଜଗନ୍ନାଥ ମନ୍ଦିର ଭଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଶହ ଶହ ବର୍ଷର ପୁରୁଣା ଜଗନ୍ନାଥ ମନ୍ଦିର, ଧାର୍ମଶାଳା ଜଗନ୍ନାଥ ମନ୍ଦିର, ମା ତୁଳସୀ କୁଦା ଠାକୁରାଣୀ ମନ୍ଦିର ଗସ୍ତରେ ୫-ଟି ସଚିବ ଆସୁଥିବା ବେଳେ ଏନେଇ ଗଞ୍ଜାମ ଏନ୍‌ଏସି ଯୁବ ବିଜେଡିର ଏକ ପ୍ରତିନିଧି ଦଳ ତଥା ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ ଏବଂ ସମସ୍ତ କାଉନିସଲର ଭେଟି ମନ୍ଦିର ପୁନଃ ଉଦ୍ଧାର ସହ ଉନ୍ନତିକରଣ ପାଇଁ ଲିଖିତ ଦାବୀ ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ପୂର୍ବରୁ ଏନେଇ ଲିଖତ ଭାବେ ବିଧାୟକ ସୁବାସ ବେହେରାଙ୍କ ମାଧ୍ୟମରେ ୫-ଟି ସଚିବଙ୍କୁ ଦାବୀପତ୍ର ଦେବା ପାଇଁ ସ୍ଥିର ହୋଇଛି । ସହର ମଧ୍ୟରେ ଥିବା ବଡ଼ ବଜାର ଜଗନ୍ନାଥ ମନ୍ଦିର, ନୃସିଂହ ମନ୍ଦିର, ବାଲାଜୀ ମନ୍ଦିର, ପୁଇଁତୋଳା ଗୋପୀନାଥ ମନ୍ଦିର, ଠାକୁରାଣୀ ମନ୍ଦିର, ଭାଗବତ ଟୁଙ୍ଗି ଦାମଦୋରପୁର, ସାତଭଉଣୀ ମନ୍ଦିର, ନୂଆଁସାହି ଗୋପୀନାଥ ମନ୍ଦିର, ଦୁର୍ଗାଦେବୀ ସାହି ସ୍ଥିତି ଦୁର୍ଗାଦେବୀ ମନ୍ଦିର ଦୁର୍ଗାଦେବୀ ସାହି ସ୍ଥିତି ଗୋବିନ୍ଦ ମନ୍ଦିର ଗୁଡିକର ଉନ୍ନତିକରଣ ହେବା ସହ ସହରରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହେବାରେ ଏହା ସହଯୋଗ ହେବ । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କଲେ ଗଞ୍ଜାମ ସହରବାସୀ ଉପକୃତ ହେବେ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.