csstore

ଅଗଷ୍ଟ ୩୧ରୁ ସମୂହ ଛୁଟି ନେବାକୁ ଆବେଦନ କଲେ ଓଡିଶା କୃଷି ସେବା ସଂଘ : କୃଷିକାର୍ଯ୍ୟ ବ୍ୟାହତ ହେବା ଆଶଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ୟାଡର ପୁନର୍ବିନ୍ୟାସ ପାଇଁ ଦାବୀ କରି ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ ସରକାରଙ୍କର ଅଣଦେଖା ଓ କୃଷି ସେବା ସଂଘର ଦାବୀକୁ ଗ୍ରହଣ ନ କରିବାରୁ ଆସନ୍ତା ଅଗଷ୍ଟ ୩୧ରୁ ସମୂହ ଛୁଟି ନେବାକୁ ଆବେଦନ କଲା ବଲାଙ୍ଗିର ଜିଲ୍ଲାର କୃଷି ସେବା ସଂଘ । ଏଥିପୂର୍ବରୁ କୃଷି ସେବା ସଂଘ, ବଲାଙ୍ଗିର ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବୀ ସହ ଚେତାବନୀ ଦିଆଯାଇଥିବା ସତ୍ବେ କ୍ୟାଡର ପୁନର୍ବିନ୍ୟାସ ସହ ଦରମା ହାରରେ ପରିବର୍ତ୍ତନ, ଲେବେଲ ୧୩ରେ ଦୁଇଟି ପଦୋନ୍ନତିର ଅସଙ୍ଗତିକୁ ଦୂର କରିବା, କୃଷି ସେବାକୁ ଗ୍ରୁପ ଏରେ ରଖିବା, ଖାଲିଥିବା ପଦବୀକୁ ତୁରନ୍ତ ପୂରଣ କରିବା ପରି ଦାବୀ ପୁରଣ ନେଇ କୌଣସି ପ୍ରକାର ପ୍ରତିଶ୍ରୁତି କିମ୍ବା ଦାବୀ ପୁରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇ ନ ଥିବାରୁ ସଂଘ ପକ୍ଷରୁ ସରକାରଙ୍କୁ ସମାଲୋଚନା କରିଛି ସଂଘ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କେନ୍ଦ୍ର ସରକାରଙ୍କ ଯୋଜନା ସବୁ କାମ କରୁଥିବା ବେଳେ ସେମାନଙ୍କ ଦାବୀ ପୁରଣ ପାଇଁ ସରକାରଙ୍କ କୌଣସି ପ୍ରତିକ୍ରିୟା ନ ମିଳିବା ଦୁଃଖର ବିଷୟ ବୋଲି ସଂଘ ପକ୍ଷରୁ କୁହାଯାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.