csstore

ଚତୁରଙ୍ଗ ନବପ୍ରକାଶର ଚତୁର୍ଥ ବର୍ଷ ଦ୍ୱିତୀୟ ସଂଖ୍ୟା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକଦା ଓଡିଶାର ସାହିତ୍ୟ ଜଗତରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ବଲାଙ୍ଗିର କୋଶଳ କଳାମଣ୍ଡଳର ମୁଖପତ୍ର ଚତୁରଙ୍ଗ ପୁଣି ଥରେ ନିଜର ଆସନ ଓଡିଶାର ସାହିତ୍ୟ ଜଗତରେ ସୁଦୃଢ କରିପାରିଛି । ଚତୁରଙ୍ଗ ନବପ୍ରକାଶର ଚତୁର୍ଥ ବର୍ଷ ଦ୍ୱିତୀୟ ସଂଖ୍ୟାର ଶୁଭ ଉନ୍ମୋଚନ ସୋମବାର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ଡ. ବିଜୟାନନ୍ଦ ସେଠୀ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ତାଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମ୍ପାଦକ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର, ସହ ସମ୍ପାଦକ ସନାତନ ଠାକୁର, ସମ୍ପାଦନା ମଣ୍ଡଳୀର ସଦସ୍ୟ ଡ଼ଃ ସୁଷମା ମଞ୍ଜରୀ ନାୟକ, ଭାଗିରଥି ମିଶ୍ର, ସନ୍ଦୀପ କୁମାର କୁଅଁର, ରଘୁନାଥ ବାବୁ, ବୀରେନ୍ଦ୍ର କୁମାର ଝାଙ୍କର, ଜୟ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଆସନ୍ତା ଡିସେମ୍ବର ମାସରେ ଚତୁଃରଙ୍ଗର ବାର୍ଷିକ ଉତ୍ସବ ପାଳନ ସହ ସାରସ୍ୱତ ସମାବେଶ ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିଲା ।

jayashree
Leave A Reply

Your email address will not be published.