centurian jitm

ବିଶିଷ୍ଟ ସାହିତ୍ୟିକ ଅମୃତଲାଲ୍ ସାହୁଙ୍କର ‘ଅମୃତ ଗ୍ରନ୍ଥାବଳୀ’ ଉନ୍ମୋଚିତ

nschool

ବିଜେପୁର, (ପୁସ୍ତମ୍ ଯୁଆଡ଼ି) : ବିଶିଷ୍ଟ ସାହିତ୍ୟିକ, କଥାକାର, କବି ଅମୃତଲାଲ ସାହୁଙ୍କର ସ୍ୱରଚିତ ପଦ୍ୟ ସାହିତ୍ୟ ସଂଗ୍ରହ ‘ଅମୃତ ଗ୍ରନ୍ଥାବଳୀ’ ବିଜେପୁର ଅନ୍ତର୍ଗତ ପୁଖାମୁଣ୍ଡା ଷଣ୍ଢେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନିରାଡ଼ମ୍ବର ଭାବେ ଉନ୍ମୋଚିତ ହୋଇଯାଇଛି । ଏହି ଗ୍ରନ୍ଥାବଳୀକୁ କବି ଅମତୃଲାଲ ସାହୁଙ୍କ ସୁପୁତ୍ର ଉତ୍ତମ ସାହୁ ଏବଂ ପୁତ୍ରବଧୂ ପ୍ରକାଶନ ଦାୟିତ୍ଵ ତୁଲାଇଥିବା ବେଳେ ୟୁରାନୀୟା ପବ୍ଲିକେଶନ ଏହାକୁ ମୁଦ୍ରଣ କରୁଛନ୍ତି । ଏହି ଅବସରରେ ବାବା ଷଣ୍ଢେଶ୍ଵରଙ୍କଠାରେ ପୂଜାର୍ଚ୍ଚନା ପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏହି ସଭାକୁ କବି ତଥା ନାଟ୍ୟକାର ରାଜେଶ୍ୱର୍ ବେହେରା ପରିଚାଳନା କରିଥିବା ବେଳେ ଯୁବ କବିଙ୍କ ଗହଣରେ ଗ୍ରନ୍ଥାବଳୀ ଉନ୍ମୋଚନ ହୋଇଥିଲା । ଯୁବ କବି ପୁସ୍ତମ ଯୁଆଡ଼ି ଏବଂ କଥାକାର ପବିତ୍ର ସାହୁ ଅମୃତଲାଲ୍ ସାହିତ୍ୟ ଉପରେ ବିଶେଷ ଆଲୋକପାତ କରିଥିବା ବେଳେ କବି ଆଶୁତୋଷ ମେହେର ଅମୃତଲାଲ ସାହିତ୍ୟରେ ମୃତ୍ୟୁ ଚେତନା ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ନାଟ୍ୟକାର ତଥା କବି ମୋହନ ସିଂ କହ୍ନେଇ, କ୍ରାନ୍ତି କବି ହରିଲାଲ୍ ସାହୁ ବିଶେଷ ଅତିଥି ଭାବେ ଯୋଗଦେଇ ଥିଲେ । କବି ଦିଲୀପ କୁମାର୍ ସରାପ, କବି ବଲ୍ଲଭ ସାହୁ, କବି ମକରଧ୍ୱଜ ସାହୁ, କବି ତୁଳସୀରାମ ମେହେର, କବି ପୀତବାସ ମେହେର, ଅଂଜନ ଧରୁଆ, ଦେବାଶିଷ ମେହେର, ଶେଷଦେବ ମେହେର ଆଦି ଉପସ୍ଥିତ ରହି ଅମୃତ୍‌ ଗ୍ରନ୍ଥାବଳୀ ତଥା ଶ୍ରୀ ସାହୁଙ୍କ ସାହିତ୍ୟ ଉପରେ ନିଜସ୍ୱ ମତ ରଖିଥିଲେ ।

Leave A Reply

Your email address will not be published.

error: Content is protected !!